ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କଲେ ରାହୁଲ ଗାନ୍ଧୀ-BJP ଭିଡିଓ ଶେୟାର କରି…
ନୂଆଦିଲ୍ଲୀ,୨୬।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଜପା ପକ୍ଷରୁ ଏକ ଭିଡିଓ ଶେୟାର କରି ଏନେଇ ଅଭିଯୋଗ କରାଯାଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଭିଡିଓ ଶେୟାର କରାଯିବା ପରେ ଭଳିକି ଭଳି ପ୍ରତିକ୍ରିୟା ପ୍ରକାଶ ପାଉଛି। ମଙ୍ଗଳବାର ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲଙ୍କ ଉପରେ ଭାଜପା ଅଭିଯୋଗ ଆଣିଛି ଯେ ସେ ସଂସଦରେ ସମ୍ବିଧାନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଅଭିବାଦନ କରିନାହାନ୍ତି। ଏକ୍ସରେ ଏହାର […] The post ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କଲେ ରାହୁଲ ଗାନ୍ଧୀ-BJP ଭିଡିଓ ଶେୟାର କରି… appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଜପା ପକ୍ଷରୁ ଏକ ଭିଡିଓ ଶେୟାର କରି ଏନେଇ ଅଭିଯୋଗ କରାଯାଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଭିଡିଓ ଶେୟାର କରାଯିବା ପରେ ଭଳିକି ଭଳି ପ୍ରତିକ୍ରିୟା ପ୍ରକାଶ ପାଉଛି।
ମଙ୍ଗଳବାର ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲଙ୍କ ଉପରେ ଭାଜପା ଅଭିଯୋଗ ଆଣିଛି ଯେ ସେ ସଂସଦରେ ସମ୍ବିଧାନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଅଭିବାଦନ କରିନାହାନ୍ତି। ଏକ୍ସରେ ଏହାର ଦୁଇଟି ଭିଡିଓ କ୍ଲିପ୍ ଶେୟାର କରି ଭାଜପା କହିଛି ଯେ, ରାହୁଲଙ୍କୁ ଏତେ ଗର୍ବ ଯେ ସେ ରାଷ୍ଟ୍ରପତିଙ୍କ ଅଭିବାଦନ କରିନାହାନ୍ତି।
ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ବୋଲି ରାହୁଲ ଏପରି କରିଥିବା ଭାଜପା ଅଭିଯୋଗ କରିଛି। ତେବେ ଭିଡିଓରେ ରାଷ୍ଟ୍ରପତି ବସିବା ପୂର୍ବରୁ ମଞ୍ଚରେ ସେ ନିଜ ଆସନରେ ବସୁଥିବା ଦେଖାଯାଉଛି। ଏହି ସମୟରେ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଛିଡ଼ା ହେବାକୁ କହୁଥିବା ଦେଖାଯାଇଛି।
ସେହିଭଳି ଅନ୍ୟ ଭିଡିଓରେ ସମସ୍ତ ନେତା ରାଷ୍ଟ୍ରପତିଙ୍କ ଅଭିବାଦନ କରିଥିବା ବେଳେ ରାହୁଲ ତାହା କରି ନାହାନ୍ତି। ଏଣୁ ଏହାକୁ ଶେୟାର କରି ରାହୁଲ ସର୍ବଦା ରାଷ୍ଟ୍ରପତିଙ୍କ ଅପମାନ କରୁଥିବା ଭାଜପା କହିଛି।
राहुल गांधी को इतना घमंड है कि राष्ट्रपति जी का अभिवादन तक नहीं किया। सिर्फ इसलिए क्योंकि वो जनजातीय समाज से आती हैं, महिला हैं और राहुल गांधी कांग्रेस के राजकुमार? कैसी घटिया मानसिकता है ये? pic.twitter.com/YJ3HGGKyrn
— BJP (@BJP4India) November 26, 2024
The post ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କଲେ ରାହୁଲ ଗାନ୍ଧୀ-BJP ଭିଡିଓ ଶେୟାର କରି… appeared first on Dharitri Odia News.