ବାଚସ୍ପତି ହେବେ ସୁରମା ପାଢ଼ୀ
ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେଇଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଆଉ ୧୫ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ତେବେ ନୂଆ ସରକାରରେ ବାଚସ୍ପତି କିଏ ହେବେ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବେ ବୋଲି ସ୍ପଷ୍ଟ ସୂଚନା ମିଳିଛି। […] The post ବାଚସ୍ପତି ହେବେ ସୁରମା ପାଢ଼ୀ appeared first on Dharitri Odia News.
ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେଇଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଆଉ ୧୫ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ତେବେ ନୂଆ ସରକାରରେ ବାଚସ୍ପତି କିଏ ହେବେ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବେ ବୋଲି ସ୍ପଷ୍ଟ ସୂଚନା ମିଳିଛି।
ସେହିପରି ଆଜି ମୋହନ ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଇ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି। ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ କ୍ୟାବିନେଟ୍ ପାହ୍ୟାରେ ସୁରେଶ ପୂଜାରୀ, ରବି ନାରାୟଣ ନାୟକ,ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, ଡ. କୃଷ୍ଣଚନ୍ଦ୍ର ମହାପାତ୍ର ରହିଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟାରେ ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସମାନ୍ତ. ଗୋକୁଳାନନ୍ଦମଲ୍ଲିକ, ସମ୍ପଦ ସ୍ବାଇଁ ରହିଛନ୍ତି।
The post ବାଚସ୍ପତି ହେବେ ସୁରମା ପାଢ଼ୀ appeared first on Dharitri Odia News.