ମନୋରଞ୍ଜନ ଜଗତରେ ଟିମ୍‌ ଇଣ୍ଡିଆର ନୂଆ ଉପଅଧିନାୟକଙ୍କ ଏଣ୍ଟ୍ରି!

ନୂଆଦିଲ୍ଲୀ,୧୯।୭: ଟିମ୍‌ ଇଣ୍ଡିଆର ଓପନର୍‌ ଶୁଭମନ ଗିଲଙ୍କ ଭାଗ୍ୟ ଏବେ ଚମକୁଛି। କିଛି ମାସ ପୂର୍ବେ ତାଙ୍କୁ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକତ୍ୱ ମିଳିଥିଲା। ଏବେ ସେ ତିନି ଫର୍ମାଟରେ ଦଳର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି। ଟି୨୦ ବିଶ୍ୱକପ୍‌ରେ ସେ ଟିମ୍‌ ଇଣ୍ଡିଆରେ ସାମିଲ ନ ଥିଲେ। ହେଲେ ଟୁର୍ନାମେଣ୍ଟ ଶେଷ ହେବା ପରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି। କେବଳ ସେତିକି ନୁହେଁ ମନୋରଞ୍ଜନ ଦୁନିଆରେ ଗିଲ୍‌ ମନୋରଞ୍ଜନ ଜଗତରେ ପାଦ କରିଛନ୍ତି। ଏହି […] The post ମନୋରଞ୍ଜନ ଜଗତରେ ଟିମ୍‌ ଇଣ୍ଡିଆର ନୂଆ ଉପଅଧିନାୟକଙ୍କ ଏଣ୍ଟ୍ରି! appeared first on Dharitri Odia News.

ମନୋରଞ୍ଜନ ଜଗତରେ ଟିମ୍‌ ଇଣ୍ଡିଆର ନୂଆ ଉପଅଧିନାୟକଙ୍କ ଏଣ୍ଟ୍ରି!

ନୂଆଦିଲ୍ଲୀ,୧୯।୭: ଟିମ୍‌ ଇଣ୍ଡିଆର ଓପନର୍‌ ଶୁଭମନ ଗିଲଙ୍କ ଭାଗ୍ୟ ଏବେ ଚମକୁଛି। କିଛି ମାସ ପୂର୍ବେ ତାଙ୍କୁ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକତ୍ୱ ମିଳିଥିଲା। ଏବେ ସେ ତିନି ଫର୍ମାଟରେ ଦଳର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି। ଟି୨୦ ବିଶ୍ୱକପ୍‌ରେ ସେ ଟିମ୍‌ ଇଣ୍ଡିଆରେ ସାମିଲ ନ ଥିଲେ। ହେଲେ ଟୁର୍ନାମେଣ୍ଟ ଶେଷ ହେବା ପରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି। କେବଳ ସେତିକି ନୁହେଁ ମନୋରଞ୍ଜନ ଦୁନିଆରେ ଗିଲ୍‌ ମନୋରଞ୍ଜନ ଜଗତରେ ପାଦ କରିଛନ୍ତି। ଏହି ଯୁବ କ୍ରିକେଟର ପଞ୍ଜାବୀ ଗୀତରେ ନଜର ଆସିଛନ୍ତି।

ପଞ୍ଜାବର ୨୪ ବର୍ଷୀୟ ଗିଲ୍‌ ପଞ୍ଜାବୀ ଗାୟକ କରନ୍‌ ଔଜଲାଙ୍କ ଗୀତରେ ନଜର ଆସିଛନ୍ତି। ଜୁଲାଇ ୧୮ରେ ସେ ନିଜର ଗୀତ ‘ହୁ ଦେ’ର ଭିଡିଓ ୟୁଟ୍ୟୁବ୍‌ରେ ରିଲିଜ କରିଛନ୍ତି। ଏହାର ଏକ ଭାଗରେ ଗିଲ୍‌ ଏବଂ କରନ୍‌ ନଜର ଆସୁଛନ୍ତି। ଭିଡିଓଟି ଟି୨୦ ବିଶ୍ୱକପ୍‌ ସମୟର। ଦୁହେଁ ଆମେରିକାରେ ଖେଲାଯାଉଥିବା ଫୁଟବଲ ଟୁର୍ନାମେଣ୍ଟର ମ୍ୟାଚ୍‌ ଦେଖିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ସେତେବେଳେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ସେହି କ୍ଲିପ୍‌କୁ ଭିଡିଓରେ ବ୍ୟବହାର କରାଯାଇଛି।

କହିରଖୁଛୁ, ଗିଲ୍‌ଙ୍କ ପାଇଁ ଏହି ମାସ ଭଲ ସାବ୍ୟସ୍ତ ହୋଇଛି। ସେ ପ୍ରଥମ ଥର ପାଇଁ ଜାତୀୟ ଦଳର ଅଧିନାୟକ ସାଜି ସିରିଜ ଜିତିଛନ୍ତି। ଏହାପରେ ଆଗାମୀ ଶ୍ରୀଲଙ୍କା ସିରିଜ ଲାଗି ତାଙ୍କୁ ଉପଅଧିନାୟକ କରାଯାଇଛି।

The post ମନୋରଞ୍ଜନ ଜଗତରେ ଟିମ୍‌ ଇଣ୍ଡିଆର ନୂଆ ଉପଅଧିନାୟକଙ୍କ ଏଣ୍ଟ୍ରି! appeared first on Dharitri Odia News.