୩୯ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୪।୨: ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ବୁଧବାର ଜାରି କରାଯାଇଥିବା ଆଇସିସିର ନୂତନ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଫଳରେ ବାଲାଂଦେଶର ଶାକିବ ଅଲ ହସନଙ୍କ ଦବ୍‌ଦବା ଶେଷ ହୋଇଛି। ଟେଷ୍ଟ ର଼୍ୟାଙ୍କିଂରେ କିନ୍ତୁ ସେଭଳି ପରିବର୍ତ୍ତନ କିଛି ହୋଇନାହିଁ। ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ୧୩୬ ରନ୍‌ର ସ୍ମରଣୀୟ ଇନିଂସ ଖେଳିବା ପରେ ନବୀ ର଼୍ୟାଙ୍କିଂର ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଏହି ମ୍ୟାଚ୍‌ରେ ଗୋଟିଏ ଉଇକେଟ ବି ସେ ନେଇଥିଲେ। ଫଳରେ […] The post ୩୯ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର appeared first on Dharitri Odia News.

୩୯ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୪।୨: ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ବୁଧବାର ଜାରି କରାଯାଇଥିବା ଆଇସିସିର ନୂତନ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଫଳରେ ବାଲାଂଦେଶର ଶାକିବ ଅଲ ହସନଙ୍କ ଦବ୍‌ଦବା ଶେଷ ହୋଇଛି। ଟେଷ୍ଟ ର଼୍ୟାଙ୍କିଂରେ କିନ୍ତୁ ସେଭଳି ପରିବର୍ତ୍ତନ କିଛି ହୋଇନାହିଁ।
ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ୧୩୬ ରନ୍‌ର ସ୍ମରଣୀୟ ଇନିଂସ ଖେଳିବା ପରେ ନବୀ ର଼୍ୟାଙ୍କିଂର ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଏହି ମ୍ୟାଚ୍‌ରେ ଗୋଟିଏ ଉଇକେଟ ବି ସେ ନେଇଥିଲେ। ଫଳରେ ସେ ଦିନିକିଆ ବୋଲର ର଼୍ୟାଙ୍କିଂରେ ଗୋଟିଏ ସ୍ଥାନ ଉପରକୁ ଉଠି ୭ମରେ ପହଞ୍ଚିଛନ୍ତି। ୩୯ ବର୍ଷ ବୟସରେ ସେ ଏହି କାରନାମା କରିଦେଖାଇଛନ୍ତି।
ନବୀଙ୍କ ପୂର୍ବରୁ ସବୁଠାରୁ ଅଧିକ ବୟସରେ ଶୀର୍ଷ ସ୍ଥାନ ହାସଲ କରିଥିଲେ ଶ୍ରୀଲଙ୍କାର କ୍ରିକେଟର ତିଲକରତ୍ନେ ଦିଲଶାନ। ସେ ଜୁନ୍‌ ୨୦୧୫ରେ ୩୮ ବର୍ଷ ୮ ମାସ ବୟସରେ ଶୀର୍ଷ ର଼୍ୟାଙ୍କିଂରେ ପହଞ୍ଚିଥିଲେ।  ପରେ ଶାକିବ ୨୦୧୯ ମେ’ ୭ରୁ ୯ ଫେବୃଆରୀ ୨୦୨୪ ଯାଏ ରେକର୍ଡ ୧୭୩୯ ଦିନ ଲାଗି ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂ ଶୀର୍ଷ ସ୍ଥାନରେ ରହିଥିଲେ।

The post ୩୯ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର appeared first on Dharitri Odia News.