ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ ସେପ୍ଟେମ୍ବର ୧୫ରେ ପରିଚାଳନା କମିଟି ପୁନର୍ଗଠନ
ଝାରସୁଗୁଡା ୩୦/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଗ୍ରାମ ପଞ୍ଚାୟତ ସ୍ଥିତ ଭିକମପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପୁରାତନ ଛାତ୍ର ସଂସଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୂର୍ବତନ ଛାତ୍ର ତଥା ବରିଷ୍ଠ ନାଗରିକ ଲଲାଟ ବିଶ୍ଵାଳ ଅଧ୍ୟକ୍ଷତା କରିଥିଲେ । ସର୍ବ ପ୍ରଥମେ ମା ସରସ୍ଵତୀଙ୍କ ଫଟୋଚିତ୍ର ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର […] The post ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ ସେପ୍ଟେମ୍ବର ୧୫ରେ ପରିଚାଳନା କମିଟି ପୁନର୍ଗଠନ appeared first on Odisha.News.

ଝାରସୁଗୁଡା ୩୦/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଗ୍ରାମ ପଞ୍ଚାୟତ ସ୍ଥିତ ଭିକମପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପୁରାତନ ଛାତ୍ର ସଂସଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୂର୍ବତନ ଛାତ୍ର ତଥା ବରିଷ୍ଠ ନାଗରିକ ଲଲାଟ ବିଶ୍ଵାଳ ଅଧ୍ୟକ୍ଷତା କରିଥିଲେ । ସର୍ବ ପ୍ରଥମେ ମା ସରସ୍ଵତୀଙ୍କ ଫଟୋଚିତ୍ର ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପୂର୍ବତନ ସଂସ୍କୃତ ଶିକ୍ଷକ ସ୍ବର୍ଗତ ଧ୍ରୁବ ଚରଣ ମିଶ୍ର ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନା କରିଥିଲେ । ବରିଷ୍ଠ ସଦସ୍ୟ ପୌଲସ୍ତ୍ୟ ମେହେର ସଭା ପରିଚାଳନା କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଶେଷ କରି ବିଦ୍ୟାଳୟର ଗଠିତ ହୋଇଥିବା ପୁରାତନ ଛାତ୍ର ସଂସଦ ପରିଚାଳନା କମିଟି ଦୀର୍ଘବର୍ଷ ହେବ କାର୍ଯ୍ୟ ସମ୍ପାଦନ କରି ଆସୁଛି । ଉକ୍ତ ପରିଚାଳନା କମିଟିର ପୁନର୍ଗଠନ ନିମନ୍ତେ ବୈଠକରେ ବିସ୍ତୃତ ଆଲୋଚନା ହୋଇ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ରବିବାର ଦିନ ପରିଚାଳନା କମିଟି ପୁନର୍ଗଠନ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ଏହା ସହିତ ଉକ୍ତ ବୈଠକରେ ପୁରାତନ ଛାତ୍ର ସଂସଦ ର ସମସ୍ତ ସଦସ୍ୟ,ସଦସ୍ୟା ଯେପରି ଅଂଶଗ୍ରହଣ କରିବେ ସେଥିପାଇଁ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସହଯୋଗ କରିବାକୁ ସଭାର ସଭାପତି ଶ୍ରୀ ବିଶ୍ଵାଳ ଅନୁରୋଧ କରିଥିଲେ ।
ଆଜିର ଆୟୋଜିତ ବୈଠକରେ ଭିକମପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, ଦୁଃଖୀଶ୍ୟାମ ପଟ୍ଟନାୟକ, ସୁଶୀଲ କୁମାର ସାହୁ,ମକରଧ୍ୱଜ ସାହୁ,ବିପିନ ବିହାରୀ ସାହୁ, ଝସକେତନ ସାହୁ,ନିତ୍ୟାନନ୍ଦ ନାଏକ, ରାମଚନ୍ଦ୍ର ମେହେର, ଦୁକାଳୁ ପଟେଲ, ତ୍ରିବିକ୍ରମ ପୂଜାରୀ, ସରୋଜ ନନ୍ଦ, ମହେନ୍ଦ୍ର କୁମାର ସାଏ, ସୌକିଲାଲ ପଧାନ, ଅଶ୍ୱିନୀ ପୂଜାରୀ, ଦିଲ୍ଲୀପ ପଟେଲ, ମୁରଲୀଧର ବିଶ୍ୱାଳ,ଶିବ କାଲୋ, ସୁବାଷ ମେହେର, ଶ୍ୟାମ ସୁନ୍ଦର ବଂଜାରା,ସୌଦାନନ୍ଦ ମେହେର,ସଚ୍ଚିଦାନନ୍ଦ ଭୋଇ,ଅର୍ଚ୍ଚିତା ପୂଜାରୀ,ପ୍ରିୟଙ୍କା ସିଦାର, ହେମଲତା କିସାନ,ହିମାଦ୍ରୀ ସାହୁ,ସ୍ନେହା ସିଦାର,ଆରତୀ କଅଁର ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ସୁଚିନ୍ତିତ ମତାମତ ଦେଇଥିଲେ । ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଶିକ୍ଷକ ଦୁଃଖୀଶ୍ୟାମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ ପରେ ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ ଘୋଷଣା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
The post ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ ସେପ୍ଟେମ୍ବର ୧୫ରେ ପରିଚାଳନା କମିଟି ପୁନର୍ଗଠନ appeared first on Odisha.News.