୩୫ ରନ୍‌ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ…

ଅହମଦାବାଦ, ୧୦।୫: ଆଇପିଏଲ୍‌ ୨୦୨୪ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଗୁଜରାଟ ଲାଗି ଗୁରୁତ୍ୱ ବହନ କରୁଥିଲା। କାରଣ ଏହି ବିଜୟ ଯୋଗୁ ଦଳ ପ୍ଲେଅଫ୍‌ ରେସ୍‌ରେ ରହିବାରେ ସଫଳ ହୋଇଛି। ତେବେ ଗୁଜରାଟ ଚେନ୍ନାଇକୁ ୨୩୨ ରନ୍‌ର ବିଶାଳ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୯୬ ରନ୍‌ କରିବାରେ ସଫଳ […] The post ୩୫ ରନ୍‌ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ… appeared first on Dharitri Odia News.

୩୫ ରନ୍‌ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ…

ଅହମଦାବାଦ, ୧୦।୫: ଆଇପିଏଲ୍‌ ୨୦୨୪ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଗୁଜରାଟ ଲାଗି ଗୁରୁତ୍ୱ ବହନ କରୁଥିଲା। କାରଣ ଏହି ବିଜୟ ଯୋଗୁ ଦଳ ପ୍ଲେଅଫ୍‌ ରେସ୍‌ରେ ରହିବାରେ ସଫଳ ହୋଇଛି। ତେବେ ଗୁଜରାଟ ଚେନ୍ନାଇକୁ ୨୩୨ ରନ୍‌ର ବିଶାଳ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୯୬ ରନ୍‌ କରିବାରେ ସଫଳ ହୋଇଥିଲା। ପ୍ରାରମ୍ଭିକ ଉଇକେଟ ପତନ ଯୋଗୁ ଦଳ ୩୫ ରନ୍‌ରେ ପରାଜୟର ସମ୍ମୁଖୀନ ହୋଇଛି।

ପ୍ରକାଶ ଯେ, ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ ଟାଇଟନ୍ସ। ଘରୋଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ପିଚ୍‌ରୁ ଭରପୂର ଫାଇଦା ଉଠାଇଥିଲେ ଦୁଇ ଓପନର ସାଇ ସୁଦର୍ଶନ ଓ ଅଧିନାୟକ ଶୁବମନ ଗିଲ୍‌। ଓପନିଂ ଯୋଡ଼ିରେ ୧୦୪ ବଲ୍‌ରୁ ୨୧୦ ରନ ସଂଗ୍ରହ କରିଥିଲେ ଗିଲ୍‌ ଓ ସୁଦର୍ଶନ। ସୁଦର୍ଶନ ୫୧ ବଲ୍‌ରୁ ୫ ଚୌକା ଓ ୭ ଛକା ସହାୟତାରେ ୧୦୩ ଓ ଗିଲ୍‌ ୫୫ ବଲ୍‌ରୁ ୯ ଚୌକା ଓ ୬ ଛକା ସହ ୧୦୪ ରନ କରିଥିଲେ। ଏହି ଭାଗୀଦାରି ବଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୩୧ ରନ ସଂଗ୍ରହ କରିଥିଲା।

The post ୩୫ ରନ୍‌ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ… appeared first on Dharitri Odia News.