ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ବସ୍ ଦୁର୍ଘଟଣା, ୨ ଗୁରୁତର ମେଡିକାଲରେ ଭର୍ତ୍ତି
କୁଚିଣ୍ଡା ୨୬।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ, ସମ୍ବଲପୁର ସଂସଦୀୟ କ୍ଷେତ୍ରର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟ୍ ଗ୍ରହଣ କରାଯାଇଛି । କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିଥିବା ବେଳେ, ୨୭୨ ଗୋଟି ମତଦାନ କେନ୍ଦ୍ର ହୋଇଥିଲା । ଅନେକ ବୁଥରେ ମତଦାତାମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଭୋଟ୍ ଦେଇପାରି ନଥିବା ବେଳେ, ବୁଥ୍ ପରିସରରେ ରହିଥିବା ମତଦାତାଙ୍କୁ ଟୋକନ ଦିଆଯାଇ ଶେଷ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇଥିବାରୁ ରାତି ହୋଇଯାଇଥିଲା । ରାତି ପ୍ରାୟ ୯ଟାରୁ ସାଢେ ୯ଟା ବେଳକୁ ଭୋଟ୍ ସାରି ତିନୋଟି ବୁଥ୍ର ଇଭିଏମ, ଭିଭିପାଟ୍ ଓ କର୍ମଚାରୀଙ୍କୁ ନେଇ ଫେରୁଥିବା ଭାଗ୍ୟଲକ୍ଷ୍ମୀ ବସ୍ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡରମା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଯୋଗୁଁ ଭୋଟ୍ ଗ୍ରହଣ ପାଇଁ ଯାଇ ଫେରୁଥିବା ପ୍ରାୟ ୧୮ଜଣ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଯାଇଥିବା ବେଳେ, ଇଭିଏମ ଭିଭିପାଟ୍ ଓ ଅନ୍ୟାନ୍ୟ ସରାଞ୍ଜାମକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଓ ଗୁରୁତରଙ୍କୁ ଡାକ୍ତରଖାନା ପଠାଇବା ସହିତ ଅଧିକ ତଦନ୍ତ କରୁଛି । ହେଲେ କେମିତି ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ ।

You Can Read :
ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ୍', ରବିବାର ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ୍