ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ରେ ସ୍ଥାପନ ପାଇଁ ଜିଲାପାଳଙ୍କୁ ଦାବିପତ୍ର

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ନାମରେ ନାମିତ ଥିବା ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ଠାରେ ସ୍ଥାପନ କରିବା ପାଇଁ କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ଲାଞ୍ଜିଗଡ଼ କ୍ରିୟାନୁଷ୍ଠାନ କମିଟି। ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ସ୍ଥାପନ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ସମସ୍ତ ପ୍ରକାର ଭୌଗୋଳିକ ସୁବିଧା […] The post ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ରେ ସ୍ଥାପନ ପାଇଁ ଜିଲାପାଳଙ୍କୁ ଦାବିପତ୍ର appeared first on Dharitri Odia News.

ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ରେ ସ୍ଥାପନ ପାଇଁ ଜିଲାପାଳଙ୍କୁ ଦାବିପତ୍ର

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ନାମରେ ନାମିତ ଥିବା ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ଠାରେ ସ୍ଥାପନ କରିବା ପାଇଁ କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ଲାଞ୍ଜିଗଡ଼ କ୍ରିୟାନୁଷ୍ଠାନ କମିଟି।

ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ସ୍ଥାପନ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ସମସ୍ତ ପ୍ରକାର ଭୌଗୋଳିକ ସୁବିଧା ଥିବା ଦୃଷ୍ଟି କୋଣକୁ ନିରୀକ୍ଷଣ କଲା ପରେ ଲାଞ୍ଜିଗଡ଼ ବ୍ଲକ ନାମରେ ନାମିତ କରାଯାଇଥିଲା। ଏହାପରେ ଲାଞ୍ଜିଗଡ଼ ବ୍ଳକଟି ୨୬ଟି ପଞ୍ଚାୟତକୁ ନେଇ ଗଠନ ହୋଇଥିଲା। ଏହି ୨୬ଟି ପଞ୍ଚାୟତକୁ ନେଇ ଜିଲାପରିଷଦ ଜୋନ୍‌-୧ ଏବଂ ଜୋନ-୨ରେ ବିଭାଜନ କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଲାଞ୍ଜିଗଡ଼ଠାରେ ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ ବ୍ଲକ କାର୍ଯ୍ୟାଳୟଟି ଲାଞ୍ଜିଗଡ଼ରେ ସ୍ଥାପନ ହେବା ପରିବର୍ତ୍ତେ ବହୁ ବର୍ଷ ହେଲା ଲାଞ୍ଜିଗଡ଼ଠାରୁ ୧୬ କିମି ଦୂର ଜୋନ-୧ ବିଶ୍ବନାଥପୁରଠାରେ ସ୍ଥାପିତ ହୋଇ ପରିଚାଳିତ ହେଉଛି। ଯାହା ଫଳରେ ଜୋନ୍‌-୨ରେ ରହିଥିବା ୧୩୍‌ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତର ଗ୍ରାମଗୁଡିକୁ ବ୍ଲକ୍‌ କାର୍ଯ୍ୟାଳୟ ବିଶ୍ୱନାଥପୁର ଯିବାପାଇଁ ୪୫ କିଲୋମିଟର ପଡୁଥିବା ବେଳେ ଅଞ୍ଚଳବାସୀକୁ ବ୍ଳକ କାର୍ଯ୍ୟାଳୟ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ଓଡିଶା ସରକାରଙ୍କ ନୂତନ ଗାଇଡ୍‌ଲାଇନ୍‌ ଅନୁସାରେ ୨୦ ବର୍ଷରେ ଥରେ ନୂତନ ବ୍ଲକ ପୁନର୍ଗଠନର ପାଇଁ ପ୍ରାବଧାନ ରହିଛି। ସେହି ପ୍ରାବଧାନ ଅନୁସାରେ ଲାଞ୍ଜିଗଡ଼ ବ୍ଳକ ନାମରେ ନାମିତ ଥୁବା ଲାଞ୍ଜିଗଡ଼ ବ୍ଳକକୁ ଲାଞ୍ଜିଗଡ଼ଠାରେ ନୂତନ ପଞ୍ଚାୟତ ସମିତି ଗୃହ ନିର୍ମାଣ କରି ଲାଞ୍ଜିଗଡ଼ରେ ହିଁ ପରିଚାଳନା କରାଯାଉ ବୋଲି ଅନୁରୋଧ କରିବା ସହ ଲାଞ୍ଜିଗଡ଼ ବ୍ଲକ୍‌ ଜୋନ୍‌-୨ରେ ରହିଥିବା ଲାଞ୍ଜିଗଡ଼ ବସନ୍ତପଡ଼ା, ଛତ୍ରପୁର, ଜଗନ୍ନାଥପୁର, ବାତେଲିମା, ତ୍ରିଲୋଚନପୁର ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତବାସୀ ଏକତ୍ରିତ ହୋଇ ଲାଞ୍ଜିଗଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲାପାଳଙ୍କ ଜରିଆରେ ଓଡ଼ିଶାର ମହା ମହିମ ରାଜ୍ୟପାଳ, ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ଲାଞ୍ଜିଗଡ଼ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ ପରମାନନ୍ଦ ନାଏକ , କୋଷାଧ୍ୟକ୍ଷ ଶ୍ରୀମୁଖ ଅଗସ୍ତି, କାର୍ଯ୍ୟକାରୀ ସମ୍ପାଦକ ଶିଶିର ପୁଝାରୀ, ବସନ୍ତପଡ଼ା ସରପଞ୍ଚ ଚIଞ୍ଚେର ମାଝୀ, ଲାଞ୍ଜିଗଡ଼ ରାଜ ପରିବାରର ସୁରେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗ ପୂର୍ବତନ ସରପଞ୍ଚ ଚନ୍ଦ୍ରଧଜ ପେସନିଆ, ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ ଓ ସମିତି ସଭ୍ୟ ପ୍ରଦୀପ ମାଝୀ, ଅସରପ୍ରାପ୍ତ ପ୍ରଧାନଶିକ୍ଷକ ହରେକୃଷ୍ଣ ଯୋଶୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସେନାପତି ନାଏକ, ବରିଷ୍ଠ ସମାଜସେବୀ ତ୍ରିନାଥ ମହାଖୁଡ ଓ ଗଙ୍ଗାଧର ମହାଖୁଡ଼, ଲକ୍ଷ୍ମୀଧର ଚଣ୍ଡୀ, ଯୁବ ସମାଜସେବୀ ଚନ୍ଦ୍ରଚୁଡ ମହାଖୁଡ଼, ଆଇନଜୀବୀ ଅନନ୍ତ ମହାଖୁଡ, ମାର୍କଣ୍ଡ ଚନ୍ଦନ, ରାଜେନ୍ଦ୍ର ମାଳି, ମହେଶ୍ୱର ପତି, ଗଜାନନ ବନ୍ଧପାରିଆ, ମୁରଲୀ ନାଏକ, ବଳରାମ ଗହୀର, ସମାଜସେବୀ ତ୍ରିନାଥ ପାତ୍ର, ସୁବାସ ଶୃଗାଳ ଓ ବାମଦେବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ରେ ସ୍ଥାପନ ପାଇଁ ଜିଲାପାଳଙ୍କୁ ଦାବିପତ୍ର appeared first on Dharitri Odia News.