Paytmର ଫିଲ୍ଡ ମ୍ୟାନେଜର କଲେ ଆତ୍ମହତ୍ୟା, ଚାକିରିକୁ ନେଇ ଥିଲେ ଚିନ୍ତିତ

ଭୋପାଳ,୨୭।୨: ଇନ୍ଦୋରର ଲସୁଡିଆ ପୋଲିସ ଷ୍ଟେଶନ ପରିସରରେ ପେଟିଏମ କମ୍ପାନୀର ଫିଲ୍ଡ ମ୍ୟାନେଜର ନିଜ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ମୂଳତଃ ଗୱାଲିଅରର ବାସିନ୍ଦା ଥିଲେ । ପୋଲିସର ସୂଚନାନୁସାରେ, ମୃତକଙ୍କ ନାମ ଗୌରବ ଗୁପ୍ତା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଚାକିରି ପାଇଁ ଚିନ୍ତିତ ଥିଲେ। ତେବେ ପରିବାର ସଦସ୍ୟ କହିଛନ୍ତି, ଗୌରବ ସେମାନଙ୍କୁ କହିଥିଲେ ଯେ ପେଟିଏମରେ ତାଙ୍କର କୌଣସି ଅସୁବିଧା ନାହିଁ। ଆତ୍ମହତ୍ୟାକୁ ନେଇ ଏ ପର୍ଯ୍ୟନ୍ତ କୌଣସି […] The post Paytmର ଫିଲ୍ଡ ମ୍ୟାନେଜର କଲେ ଆତ୍ମହତ୍ୟା, ଚାକିରିକୁ ନେଇ ଥିଲେ ଚିନ୍ତିତ appeared first on Dharitri Odia News.

Paytmର ଫିଲ୍ଡ ମ୍ୟାନେଜର କଲେ ଆତ୍ମହତ୍ୟା, ଚାକିରିକୁ ନେଇ ଥିଲେ ଚିନ୍ତିତ

ଭୋପାଳ,୨୭।୨: ଇନ୍ଦୋରର ଲସୁଡିଆ ପୋଲିସ ଷ୍ଟେଶନ ପରିସରରେ ପେଟିଏମ କମ୍ପାନୀର ଫିଲ୍ଡ ମ୍ୟାନେଜର ନିଜ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ମୂଳତଃ ଗୱାଲିଅରର ବାସିନ୍ଦା ଥିଲେ । ପୋଲିସର ସୂଚନାନୁସାରେ, ମୃତକଙ୍କ ନାମ ଗୌରବ ଗୁପ୍ତା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଚାକିରି ପାଇଁ ଚିନ୍ତିତ ଥିଲେ। ତେବେ ପରିବାର ସଦସ୍ୟ କହିଛନ୍ତି, ଗୌରବ ସେମାନଙ୍କୁ କହିଥିଲେ ଯେ ପେଟିଏମରେ ତାଙ୍କର କୌଣସି ଅସୁବିଧା ନାହିଁ। ଆତ୍ମହତ୍ୟାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ପ୍ରକାଶ ପାଇନାହିଁ।

ଲସୁଡିଆ ଟିଆଇ ତାରେଶ କୁମାର ସୋନିଙ୍କ ଅନୁଯାୟୀ, ଗୌରବ ଇନ୍ଦୋରରେ ପେଟିଏମ ଅପରେଶନ ଫିଲ୍ଡ ମ୍ୟାନେଜର ଥିଲେ। ପତ୍ନୀ ମୋହିନୀ ପୋଲିସକୁ କହିଛନ୍ତି ଯେ ସେ କିଛି ଦିନ ହେବ ସେ ତାଙ୍କ ଚାକିରିକୁ ନେଇ ଚାପରେ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ କୌଣସି ଆତ୍ମହତ୍ୟା ନୋଟ ପାଇନାହିଁ।

The post Paytmର ଫିଲ୍ଡ ମ୍ୟାନେଜର କଲେ ଆତ୍ମହତ୍ୟା, ଚାକିରିକୁ ନେଇ ଥିଲେ ଚିନ୍ତିତ appeared first on Dharitri Odia News.