ପରକୀୟା ପ୍ରୀତି ସନ୍ଦେହ: ଶ୍ବଶୁର ଘରେ ସ୍ତ୍ରୀ ତଣ୍ଟି କାଟିଲା ସ୍ବାମୀ

ଉଦଳା,୧୨।୯(ସନ୍ତୋଷ କୁମାର ବାଛିନି): ପରକୀୟା ପ୍ରୀତି ସନ୍ଦେହର କରୁଣ ପରିଣତି । ଶ୍ୱଶୁର ଘରେ ଜ୍ୱାଇଁ ଭିଆଇଲା ନାରକୀୟ କାଣ୍ଡ । ସ୍ତ୍ରୀ ବେକକୁ ଏକ ଧାରୁଆ ଛୁରିରେ କାଟି ଫେରାର ହୋଇଯାଇଛନ୍ତି ସ୍ବାମୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଭଙ୍ଗାବନ୍ଧ ଗ୍ରାମରେ । କପ୍ତିପଦା ଥାନା କଷିବିଲ ଗ୍ରାମର ବିରଞ୍ଚି ନାଏକ ୪ ବର୍ଷ ତଳେ ପାର୍ବତୀ ନାଏକଙ୍କୁ ବିବାହ କରିଥିଲେ। ହେଲେ ପରିବାରରେ ଝଗଡା ଲାଗି ରହୁଥିବାରୁ ଦୁଇ […] The post ପରକୀୟା ପ୍ରୀତି ସନ୍ଦେହ: ଶ୍ବଶୁର ଘରେ ସ୍ତ୍ରୀ ତଣ୍ଟି କାଟିଲା ସ୍ବାମୀ appeared first on Dharitri Odia News.

ପରକୀୟା ପ୍ରୀତି ସନ୍ଦେହ: ଶ୍ବଶୁର ଘରେ ସ୍ତ୍ରୀ ତଣ୍ଟି କାଟିଲା ସ୍ବାମୀ

ଉଦଳା,୧୨।୯(ସନ୍ତୋଷ କୁମାର ବାଛିନି): ପରକୀୟା ପ୍ରୀତି ସନ୍ଦେହର କରୁଣ ପରିଣତି । ଶ୍ୱଶୁର ଘରେ ଜ୍ୱାଇଁ ଭିଆଇଲା ନାରକୀୟ କାଣ୍ଡ । ସ୍ତ୍ରୀ ବେକକୁ ଏକ ଧାରୁଆ ଛୁରିରେ କାଟି ଫେରାର ହୋଇଯାଇଛନ୍ତି ସ୍ବାମୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଭଙ୍ଗାବନ୍ଧ ଗ୍ରାମରେ ।

କପ୍ତିପଦା ଥାନା କଷିବିଲ ଗ୍ରାମର ବିରଞ୍ଚି ନାଏକ ୪ ବର୍ଷ ତଳେ ପାର୍ବତୀ ନାଏକଙ୍କୁ ବିବାହ କରିଥିଲେ। ହେଲେ ପରିବାରରେ ଝଗଡା ଲାଗି ରହୁଥିବାରୁ ଦୁଇ ମାସ ହେଲା ପାର୍ବତୀ ବାପଘରେ ରହୁଥିଲେ। ହେଲେ ଗୁରୁବାର ସ୍ବାମୀ ଶ୍ୱଶୁର ଘରକୁ ଯାଇଥିଲେ। ଦମ୍ପତି ଘର ଭିତରେ ବସି କଥା ହେଉଥିଲେ । ସେତିକିବେଳେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ଏକ ରଙ୍ଗ ନମ୍ବରରେ ପାର୍ବତୀ କଥା ହେଉଥିବା ବିରଞ୍ଚି ଜାଣିବାକୁ ପାଇବା ସହ ପରକୀୟା ପ୍ରୀତି ସନ୍ଦେହରେ ଏକ ଧାରୁଆ ଛୁରିରେ ପାର୍ବତୀଙ୍କ ତଣ୍ଟି କାଟି ଦେଇ ବିରଞ୍ଚି ଫେରାର ହୋଇଯାଇଥିଲେ। ପାର୍ବତୀଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି । କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ପରକୀୟା ପ୍ରୀତି ସନ୍ଦେହ: ଶ୍ବଶୁର ଘରେ ସ୍ତ୍ରୀ ତଣ୍ଟି କାଟିଲା ସ୍ବାମୀ appeared first on Dharitri Odia News.