ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ
କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ। କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ବହୁଳ ଦଣ୍ଡପାଟ ଅଞ୍ଚଳରେ ଥିବା ଗୋତୋମୁଣ୍ଡା ଠାରେ ଘାଟି ମୁଣ୍ଡିଆଣି ମା’ ସର୍ବମଙ୍ଗଳାଙ୍କ ବାର୍ଷିକ ଦଶରା ରବିବାର ଠାରୁ ଆରମ୍ଭ ହୋଇଛି। ଗୋତମୁଣ୍ଡା ଠାରେ ଦଶରା ଯାତ୍ରା ତିନିଦିନ ଧରି ମହା […] The post ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ appeared first on Dharitri Odia News.
କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ। କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ବହୁଳ ଦଣ୍ଡପାଟ ଅଞ୍ଚଳରେ ଥିବା ଗୋତୋମୁଣ୍ଡା ଠାରେ ଘାଟି ମୁଣ୍ଡିଆଣି ମା’ ସର୍ବମଙ୍ଗଳାଙ୍କ ବାର୍ଷିକ ଦଶରା ରବିବାର ଠାରୁ ଆରମ୍ଭ ହୋଇଛି। ଗୋତମୁଣ୍ଡା ଠାରେ ଦଶରା ଯାତ୍ରା ତିନିଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି।
ରବିବାର ମା’ଘାଟି ମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ପୀଠରେ ଖଣ୍ଡାଧୁଆ ପରମ୍ପରା ରୀତିନୀତିରେ ସମାପନ ହୋଇଛି। ଗ୍ରାମର ପୂଝାରୀ ମନୋହର ପୂଝାରୀଙ୍କ ଦେବୀଙ୍କ ଖଣ୍ଡାକୁ ନେଇ ଗ୍ରାମ ନିକଟସ୍ଥ ପୋଖରୀରୁ ମା’ଙ୍କ ଖଣ୍ଡାକୁ ବିଧି ମୁତାବକ ମାର୍ଜନା, ପୂଜାର୍ଚ୍ଚନା ପରେ ପୋଖରୀ ପାଣିରେ ଧୋଇ ଆଣିଥିଲେ। ଏହି ଖଣ୍ଡାଧୁଆ ପର୍ବରେ ବିରାଟ ପଟୁଆରରେ ଅନେକ ସାଂସ୍କୃତିକ ଦଳ, ଘଣ୍ଟଦଳ, ଘୁମୁରା ଦଳ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଆଦିବାସୀ ପରମ୍ପରା ବେଶଭୁଷା ନାଚି ଗାଇ ମା’ଙ୍କ ଖଣ୍ଡାକୁ ମୁଖ୍ୟ ମନ୍ଦିରକୁ ଅଣାଯାଏ। ଏହା ପରେ ଖଣ୍ଡା ସ୍ଥାପନ ହୋଇଥାଏ। ଚଳିତବର୍ଷ ମଧ୍ୟ ଏହିସବୁ କାର୍ଯ୍ୟ ପରମ୍ପରା ଓ ରୀତିନୀତି ମୁତାବକ ସମାପନ ହୋଇଛି।
ଖଣ୍ଡାଧୁଆ ଉତ୍ସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିଲା ଭତରା ସମାଜର କର୍ମଚାରୀ ସଂଘ ସଭାପତି ଇଂ ତ୍ରୁପ କୁମାର ପାତ୍ର, ଜିଲା ଆଦିବାସୀ ସଂଘ ସମ୍ପାଦକ ଋତୁରାଜ ମାଝୀ, ଶୈଳେନ୍ଦ୍ର ସିଂ ଦେଓ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୂଝାରି, ନାଏବ ସରପଞ୍ଚ ପାର୍ଥବ ମାଝୀ ପ୍ରମୁଖ ସାମିଲ ହୋଇଥିଲେ। ପରେ ଦଶରା ସାଂସ୍କୃତିକ ମଞ୍ଚକୁ ଉପସ୍ଥିତ ଅତିଥିମାନେ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ପୂଜା କମିଟି ପକ୍ଷରୁ କୁହାଯାଇଛି। ପୂଜା କମିଟି ସଭାପତି ହେମନ୍ତ ମାଝୀ, ସମ୍ପାଦକ ଭରତ ପୂଝାରି, ପୂର୍ଣ୍ଣଚନ୍ଦ୍ର ନାଏକ, ହିମାଞ୍ଚଳ ପୂଝାରି, ବଳିଆର ସିଂ ମୋରେଇ, ତୁଲାରାମ ଗୋପାଳ, ଉପେନ୍ଦ୍ର ବାଗ, ପିଣ୍ଟୁ ନନ୍ଦ, ମୁକୁନ୍ଦ ନାଗେଶ, ନିରଞ୍ଜନ ବାଗ, ଭାରତ ଦୁର୍ଗା, ବଳରାମ ମାଝୀ, ରୋମାଞ୍ଚଳ ପୂଝାରି, ଯଦୁମଣି ଦୁର୍ଗା, ସୁବାସ ଖର୍ସେଲ ପ୍ରମୁଖ ଦଶରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
The post ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ appeared first on Dharitri Odia News.