ରାସ୍ତାରେ ବସି ଗୀତ ଗାଇଲେ ପିସିସି ସଭାପତି ଭକ୍ତ

ଭୁବନେଶ୍ୱର, ୯ା୩(ସୁନିତ୍‌ ମିଶ୍ର): ରାଜ୍ୟରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢୁଥିବା ଅଭିଯୋଗ ନେଇ ଭାଜପା ସରକାର ବିରୋଧରେ ବିଧାନସଭା ଭିତରେ ଏବଂ ବାହାରେ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଛି। ସେହି କ୍ରମରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଶନିବାର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ନେତାମାନେ ପ୍ରବଳ ବର୍ଷିଛନ୍ତି। ପୁଣି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀମାନେ […] The post ରାସ୍ତାରେ ବସି ଗୀତ ଗାଇଲେ ପିସିସି ସଭାପତି ଭକ୍ତ appeared first on Dharitri Odia News.

ରାସ୍ତାରେ ବସି ଗୀତ ଗାଇଲେ ପିସିସି ସଭାପତି ଭକ୍ତ

ଭୁବନେଶ୍ୱର, ୯ା୩(ସୁନିତ୍‌ ମିଶ୍ର): ରାଜ୍ୟରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢୁଥିବା ଅଭିଯୋଗ ନେଇ ଭାଜପା ସରକାର ବିରୋଧରେ ବିଧାନସଭା ଭିତରେ ଏବଂ ବାହାରେ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଛି। ସେହି କ୍ରମରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଶନିବାର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ନେତାମାନେ ପ୍ରବଳ ବର୍ଷିଛନ୍ତି। ପୁଣି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀମାନେ ମହିଳାଙ୍କ ସୁରକ୍ଷା ଦାବିରେ ଏକ ମଶାଲ ରାଲି କରିଥିଲେ ।

କଂଗ୍ରେସ କର୍ମୀମାନେ ସାରେ କଂଗ୍ରେସ ଭବନରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିବା ବେଳେ ଯେଉଁଠି ପୋଲିସ ଅଟକାଇଥିଲା ସେଠାରେ ରାସ୍ତାରେ ବସିଥିଲେ। ଏହି ଅବସରରେ ପିସିସି ସଭାପତି ବିପ୍ଲବୀ ଗୀତ ଗାନକରି କଂଗ୍ରେସ କର୍ମୀଙ୍କୁ ଉଦ୍‌ବୁଦ୍ଧ କରିବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଅବସରରେ ଭକ୍ତ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ମହିଳା ଉପେକ୍ଷିତ ଓ ନିର୍ଯାତିତ। ମହିଳାମାନଙ୍କୁ ସୁରକ୍ଷା ଦେବା ଓ ସ୍ବାବଲମ୍ବୀ କରିବାର ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାସୀନ ହେଲା। ମାତ୍ର କ୍ଷମତାପ୍ରାପ୍ତ ହେଲାପରେ ମହିଳାଙ୍କୁ ଏବେ ପ୍ରତାରିତ କରୁଛି। ଏଠି ନରେନ୍ଦ୍ର-ମୋହନ ସରକାରରେ ମହିଳା ଅତ୍ୟାଚାର ସୀମାଲଂଘନ କଲାଣି। ମାତ୍ର ସରକାର ନିଷ୍କ୍ରିୟ ଓ ନିଦାବିଷ୍ଣୁ ସାଜି ବସିଛନ୍ତି। ପୂର୍ବ ସରକାର ସମୟରେ ଭାଜପା ପକ୍ଷରୁ ମହିଳା ଅତ୍ୟାଚାର ପ୍ରସଙ୍ଗରେ ରାସ୍ତାରେ ଚିତ୍କାର କରାଯାଉଥିଲା। କିନ୍ତୁ କ୍ଷମତାସୀନ ହେଲା ପରେ ମହିଳାଙ୍କ ନିର୍ଯାତନା ପ୍ରସଙ୍ଗକୁ ଭାଜପା ଅଣଦେଖା କରୁଛି। ପ୍ରତିଦିନ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ବଢ଼ିଚାଲିଛି। ମୋହନ ସରକାରର ୮ ମାସ ଭିତରେ ୧୬ ଶହ ମହିଳା ଅତ୍ୟାଚାରିତ ହୋଇଥିବାର ମାମଲା ଦାଏର ହୋଇଥିବା ବେଳେ ଅନେକ ହଜାର ମହିଳା ଅତ୍ୟାଚାର ଘଟଣା ଅନ୍ଧକାରରେ ଲୁଚିଯାଉଛି ବୋଲି ଭକ୍ତ କହିଛନ୍ତି। ସେହିଭଳି କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ନିଜ ଅଭିଭାଷଣରେ ମହିଳା ନିର୍ଯାତନା ପ୍ରସଙ୍ଗ ଉଠାଇ ସରକାରକୁ ଟାର୍ଗେଟ କରିଛନ୍ତି। ମହିଳାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ। ପ୍ରତି ଜିଲାରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୦ ତାରିଖରେ ମହିଳା ଅତ୍ୟାଚାର ପ୍ରସଙ୍ଗରେ ହେଉଥିବା ଆନ୍ଦୋଳନରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ପିସିସି ସଭାପତି ନିବେଦନ କରିଛନ୍ତି। କଂଗ୍ରେସ ପକ୍ଷରୁ ଆୟୋଜିତ ମହିଳା ଦିବସରେ ପୂର୍ବତନ ମହିଳା କଂଗ୍ରେସ ଅଧ୍ୟକ୍ଷା ମୀନାକ୍ଷୀ ବାହିନୀପତି ଅଧ୍ୟକ୍ଷତା କରିଥିଲେ।

The post ରାସ୍ତାରେ ବସି ଗୀତ ଗାଇଲେ ପିସିସି ସଭାପତି ଭକ୍ତ appeared first on Dharitri Odia News.