ଆଜିଠୁ ମହିଳା ହକି ଅଲିମ୍ପିକ କ୍ୱାଲିଫାୟର୍ସ: ୟୁଏସ୍‌ଏକୁ ଭେଟିବ ଭାରତ

ରାଞ୍ଚି,୧୩ା୧: ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଶନିବାର ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ଭାରତ ଏହାର ପ୍ରଥମ ମୁକାବିଲାରେ ୟୁଏସ୍‌ଏକୁ ଭେଟି ଏହାର ଅଭିଯାନ ଆରମ୍ଭ କରିବ। ଭାରତ ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ବିପକ୍ଷରେ ଖେଳିବ। ଆୟୋଜକ ଭାରତ ବ୍ୟତୀତ ଜର୍ମାନୀ, ଚେକ୍‌ ରିପବ୍ଲିକ, ଇଟାଲୀ, ଜାପାନ, ୟୁଏସ୍‌ଏ, ଚିଲି ଓ ନ୍ୟୁଜିଲାଣ୍ଡ ଆଦି ୮ଟି ଦଳକୁ ନେଇ ଅନୁଷ୍ଠିତ ହେବାକୁଥିବା ଏହି ଇଭେଣ୍ଟର ଶ୍ରେଷ୍ଠ ୩ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା […] The post ଆଜିଠୁ ମହିଳା ହକି ଅଲିମ୍ପିକ କ୍ୱାଲିଫାୟର୍ସ: ୟୁଏସ୍‌ଏକୁ ଭେଟିବ ଭାରତ appeared first on Dharitri Odia News.

ଆଜିଠୁ ମହିଳା ହକି ଅଲିମ୍ପିକ କ୍ୱାଲିଫାୟର୍ସ: ୟୁଏସ୍‌ଏକୁ ଭେଟିବ ଭାରତ

ରାଞ୍ଚି,୧୩ା୧: ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଶନିବାର ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ଭାରତ ଏହାର ପ୍ରଥମ ମୁକାବିଲାରେ ୟୁଏସ୍‌ଏକୁ ଭେଟି ଏହାର ଅଭିଯାନ ଆରମ୍ଭ କରିବ। ଭାରତ ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ବିପକ୍ଷରେ ଖେଳିବ।

ଆୟୋଜକ ଭାରତ ବ୍ୟତୀତ ଜର୍ମାନୀ, ଚେକ୍‌ ରିପବ୍ଲିକ, ଇଟାଲୀ, ଜାପାନ, ୟୁଏସ୍‌ଏ, ଚିଲି ଓ ନ୍ୟୁଜିଲାଣ୍ଡ ଆଦି ୮ଟି ଦଳକୁ ନେଇ ଅନୁଷ୍ଠିତ ହେବାକୁଥିବା ଏହି ଇଭେଣ୍ଟର ଶ୍ରେଷ୍ଠ ୩ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ।

ପ୍ୟାରିସ ଅଲିମ୍ପିକ୍ସ ଚଳିତବର୍ଷ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ହେବ। ଟୁର୍ନାମେଣ୍ଟରେ ବିଶ୍ୱର ୫ ନମ୍ବର ର଼୍ୟାଙ୍କିଙ୍ଗ୍‌ ଜର୍ମାନୀ ହେଉଛି ସବୁଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଦଳ। ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଭାରତ ଏହା ତଳକୁ ୬ଷ୍ଠ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୯ମ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ଜାପାନ(୧୧ତମ), ଚିଲି (୧୪ତମ), ୟୁଏସ୍‌ଏ (୧୫ତମ), ଇଟାଲୀ (୧୯ତମ) ଏବଂ ଚେକ୍‌ ରିପବ୍ଲିକ (୨୫ତମ) ଆଦି ଦେଶ ରହିଛନ୍ତି। ଭାରତ, ନ୍ୟୁଜିଲାଣ୍ଡ, ଇଟାଲୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପୁଲ୍‌ ‘ବି’ରେ ସ୍ଥାନ ପାଇଥିବା ବେଳେ ଜର୍ମାନୀ, ପୂର୍ବତନ ଏସିଆନ ଗେମ୍ସ ଚାମ୍ପିୟନ ଜାପାନ, ଚିଲି ଓ ଚେକ୍‌ ରିପବ୍ଲିକ ପୁଲ୍‌ ‘ଏ’ରେ ରହିଛନ୍ତି। ଭାରତ ଆମେରିକା ବିପକ୍ଷ ମ୍ୟାଚ ପରେ ନ୍ୟୁଜିଲାଣ୍ଡ (ଜାନୁୟାରୀ ୧୪) ଏବଂ ଇଟାଲୀ(ଜାନୁୟାରୀ ୧୬) କୁ ଭେଟିବ। ଜାନୁୟାରୀ ୧୮ରେ ଦୁଇ ସେମିଫାଇନାଲ ଖେଳାଯିବ। ଫାଇନାଲ ଜାନୁୟାରୀ ୧୯ରେ ହେବ।

The post ଆଜିଠୁ ମହିଳା ହକି ଅଲିମ୍ପିକ କ୍ୱାଲିଫାୟର୍ସ: ୟୁଏସ୍‌ଏକୁ ଭେଟିବ ଭାରତ appeared first on Dharitri Odia News.