ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ୩ ଗୁରୁତର
ପୁରୀ: ପୁରୀରେ ଅଭାବନୀୟ ଘଟଣା। ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହେବାରୁ ୩ ଜଣ ଗୁରୁତର ଆହତ ହେଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାଣ ଭିଡୁଥିବା ବେଳେ ଏଭଳି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଗୁରୁତର ଆହତ ହେଇଛନ୍ତି। ଆହତ ହେଲେ ଲିପା ରାଉତ, ଗୁଲା ରାଉତ ଓ ସଞ୍ଜୟ ଜେନା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ବୋଲି କହିଛନ୍ତି ସିଟି ଡିଏସପି।
ପୁରୀ: ପୁରୀରେ ଅଭାବନୀୟ ଘଟଣା। ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହେବାରୁ ୩ ଜଣ ଗୁରୁତର ଆହତ ହେଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାଣ ଭିଡୁଥିବା ବେଳେ ଏଭଳି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଗୁରୁତର ଆହତ ହେଇଛନ୍ତି। ଆହତ ହେଲେ ଲିପା ରାଉତ, ଗୁଲା ରାଉତ ଓ ସଞ୍ଜୟ ଜେନା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ବୋଲି କହିଛନ୍ତି ସିଟି ଡିଏସପି।