ବସୁନ୍ଧରା ରାଜେ ସିନ୍ଧିଆଙ୍କ ସୁରକ୍ଷାରେ ଯାଉଥିବା ପୁଲିସ ଗାଡ଼ି ଓଲଟିଲା: ୪ ଆହତ
ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ କନଭୟରେ ଯାଉଥିବା ପୁଲିସ ଗାଡ଼ି ଓଲଟି ପଡ଼ିଛି। ଏଥିରେ ୪ ପୁଲିସ କର୍ମୀ ଆହତ ହୋଇଛନ୍ତି। ରବିବାର ପାଲ ଜିଲ୍ଲାରେ ରୋହତ ଓ ପନିହାର ମଝି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସାମ୍ନାପଟୁ ଆସୁଥିବା ଏକ ବାଇକ୍ ସହିତ ଧକ୍କାରୁ ରକ୍ଷା ପାଇବା ପାଇଁ ଷ୍ଟୟରିଂ ମୋଡ଼ିଥିବା ବେଳେ ଭାରାସାମ୍ୟ ହରାଇଥିଲେ ପୁଲିସ ଗାଡ଼ି ଡ୍ରାଇଭର। ଫଳରେ ଗାଡ଼ିଟି ଓଲଟି ପଡ଼ିଥିଲା ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ଓଟାରାମ ଦେବାସୀଙ୍କ ମାଆଙ୍କ ବିୟୋଗରେ ସମବେଦନା ଜଣାଇବା ପାଇଁ ବସୁନ୍ଧରା ବାଲି ଗାଁକୁ ଯାଇଥିବା ବେଳେ ଦୁର୍ଘଟଣା ଘଟିଥିଲା। ଓଲଟପିଡ଼ିଥିବା କାର୍ରେ ୭ ପୁଲିସ କର୍ମୀ ଯାଉଥିଲେ। କିଛି ପୁଲିସ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି ପାଲି ଏସ୍ପି ଚୁନା ରାମ ଜାଟ ସୂଚନା ଦେଇଛନ୍ତି। ତେବେ କନଭୟ ଯାଉଥିବା ବେଳେ ପୁଲିସ ଗାଡ଼ି ଅଟକି ପଡ଼ିବାରୁ ବସୁନ୍ଧରା ତୁରନ୍ତ ତାଙ୍କ ଗାଡ଼ି ଅଟକାଇଥିଲେ। ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏବଂ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ଡାକ୍ତରଖାନା ପଠାଇଥିଲେ।
ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ କନଭୟରେ ଯାଉଥିବା ପୁଲିସ ଗାଡ଼ି ଓଲଟି ପଡ଼ିଛି। ଏଥିରେ ୪ ପୁଲିସ କର୍ମୀ ଆହତ ହୋଇଛନ୍ତି। ରବିବାର ପାଲ ଜିଲ୍ଲାରେ ରୋହତ ଓ ପନିହାର ମଝି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ସାମ୍ନାପଟୁ ଆସୁଥିବା ଏକ ବାଇକ୍ ସହିତ ଧକ୍କାରୁ ରକ୍ଷା ପାଇବା ପାଇଁ ଷ୍ଟୟରିଂ ମୋଡ଼ିଥିବା ବେଳେ ଭାରାସାମ୍ୟ ହରାଇଥିଲେ ପୁଲିସ ଗାଡ଼ି ଡ୍ରାଇଭର। ଫଳରେ ଗାଡ଼ିଟି ଓଲଟି ପଡ଼ିଥିଲା ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ଓଟାରାମ ଦେବାସୀଙ୍କ ମାଆଙ୍କ ବିୟୋଗରେ ସମବେଦନା ଜଣାଇବା ପାଇଁ ବସୁନ୍ଧରା ବାଲି ଗାଁକୁ ଯାଇଥିବା ବେଳେ ଦୁର୍ଘଟଣା ଘଟିଥିଲା।
ଓଲଟପିଡ଼ିଥିବା କାର୍ରେ ୭ ପୁଲିସ କର୍ମୀ ଯାଉଥିଲେ। କିଛି ପୁଲିସ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି ପାଲି ଏସ୍ପି ଚୁନା ରାମ ଜାଟ ସୂଚନା ଦେଇଛନ୍ତି। ତେବେ କନଭୟ ଯାଉଥିବା ବେଳେ ପୁଲିସ ଗାଡ଼ି ଅଟକି ପଡ଼ିବାରୁ ବସୁନ୍ଧରା ତୁରନ୍ତ ତାଙ୍କ ଗାଡ଼ି ଅଟକାଇଥିଲେ। ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏବଂ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ଡାକ୍ତରଖାନା ପଠାଇଥିଲେ।