ବିଡିଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଭାଜପା ଏଜେଣ୍ଟ ଭଳି କାମ କରୁଛନ୍ତି କହି …

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଳକ ବିଡିଓ ଭାଜପା ସରକାରଙ୍କ ହାତବାରିସି ସାଜି ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଗୁରୁବାର ସାରେ ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଭବାନୀପାଟଣା ସଦର ବ୍ଲକ ବିଡିଓ ଚନ୍ଦନ ଭୋଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସଙ୍କ ଦ୍ୱାରା ଦିଆଯାଉଥିବା ପ୍ରସ୍ତାବ ଓ ପରାମର୍ଶକୁ ଅଣଦେଖା କରୁଛନ୍ତି। ନୂତନ ଭାବେ ଅନୁମୋଦିତ ରାଜ୍ୟ କ୍ଷେତ୍ର ବିଜୁ କେବିକେ ୨୦୨୪- […] The post ବିଡିଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଭାଜପା ଏଜେଣ୍ଟ ଭଳି କାମ କରୁଛନ୍ତି କହି … appeared first on Dharitri Odia News.

ବିଡିଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଭାଜପା ଏଜେଣ୍ଟ ଭଳି କାମ କରୁଛନ୍ତି କହି …

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଳକ ବିଡିଓ ଭାଜପା ସରକାରଙ୍କ ହାତବାରିସି ସାଜି ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଗୁରୁବାର ସାରେ ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଭବାନୀପାଟଣା ସଦର ବ୍ଲକ ବିଡିଓ ଚନ୍ଦନ ଭୋଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସଙ୍କ ଦ୍ୱାରା ଦିଆଯାଉଥିବା ପ୍ରସ୍ତାବ ଓ ପରାମର୍ଶକୁ ଅଣଦେଖା କରୁଛନ୍ତି।
ନୂତନ ଭାବେ ଅନୁମୋଦିତ ରାଜ୍ୟ କ୍ଷେତ୍ର ବିଜୁ କେବିକେ ୨୦୨୪- ୨୫ ମସିହା ପ୍ରକଳ୍ପ ଅଧୀନରେ ବିଡିଓ ବିଧାୟକଙ୍କ ପରାମର୍ଶ ବିନା ଠିକାଦାରଙ୍କୁ କାର୍ଯ୍ୟ ବଣ୍ଟନ କରିଛନ୍ତି। ଯେଉଁ ଠିକାଦାରମାନେ ପୂର୍ବରୁ ନିମ୍ନମାନର କାର୍ଯ୍ୟ କରୁଥିଲେ ସେହି ଠିକାଦାରମାନେ
ଏବେ ବି କାର୍ଯ୍ୟ କରୁଛନ୍ତି। ରାଜ୍ୟ ଯୋଜନାର ୪୦% କାର୍ଯ୍ୟ ବିଧାୟକଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେବାର ନିଷ୍ପତ୍ତ ଥିଲେ ବି ବିଧାୟକ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରିଛନ୍ତି। ଏହାସହ ବିଭିନ୍ନ ପଞ୍ଚାୟତରେ ଅନ୍ତୋଦୟ ଗ୍ରହ ଯୋଜନା ଅଧୀନରେ ହିତାଧିକାରୀ ଚୟନରେ ଅନିୟମିତତା
ହୋଇଛି। ଉଦେପୁର ପଞ୍ଚାୟତର ୭ଟି ଗ୍ରାମରୁ ୨୦ଜଣ ଚୟନ କରାଯାଇଥିଲା। ହେଲେ କେବଳ ଗୋଟିଏ ଉଦେପୁର ଗ୍ରାମର ୧୦ ଜଣଙ୍କୁ ସାମିଲ କରି ଅନ୍ୟ ଗ୍ରାମରୁ
ସମସ୍ତଙ୍କୁ ବାଦ ଦେଇଛନ୍ତି। ସେହିପରି ଅନ୍ୟ ପଞ୍ଚାୟତମାନଙ୍କରେ ମଧ୍ୟ ଏହାର ବ୍ୟତିକ୍ରମ ଦେଖାଦେଇଛି। ମନରେଗା ଯୋଜନାରେ ମଧ୍ୟ ଅନିୟମିତତା କରାଯାଇଛି। ଏ ନେଇ ବିଧାୟକ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିକଶିତ ଗ୍ରାମ ବିକଶିତ ଯୋଜନାରେ ବିଧାୟକମାନଙ୍କୁ ପ୍ରକଳ୍ପ ସୁପାରିସ କରିବାର କ୍ଷମତା ଥିଲେ ମଧ୍ୟ ବିଧାୟକଙ୍କ ପ୍ରସ୍ତାବ ତାଲିକାକୁ ବିଡିଓ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବାକୁ ମନା କରି ଦେଇଛନ୍ତି।
ବଡିଓ ନିଜ ମନମୁଖୀ ଓ ଶାସକ ଦଳର ନେତାମାନଙ୍କ ଇସାରାରେ କାମ କରୁଥିବା ନେଇଁ ଅଭିଯୋଗ ଆଣି ବର୍ଷିଛି କଂଗ୍ରେସ। ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ ଉପସଭାପତି ଧନୁର୍ଦ୍ଧର ଗହୀର, ଭବାନୀପାଟଣା ବ୍ଲକ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ଆଣ୍ଡ୍ର ଦୀପ, ସମିଟିସଭ୍ୟ କବି ମାଝି, ଯୁବ ନେତା ବବଲୁ ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ଭବାନୀପାଟଣା ବିଡିଓ ଚନ୍ଦନ ଭୋଇଙ୍କୁ ପଚାରିବାରୁ କଂଗ୍ରେସର ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ବିଧାୟକ ଦେଇଥିବା ପ୍ରସ୍ତାବ ଅନୁଯାୟୀ କାମ ତାଙ୍କୁ ଦିଆଯାଉଛି। ହେଲେ ସେ ଅନ୍ୟ ଜିଲା ସେକ୍ଟରର କାମ ମଧ୍ୟ ଚାହୁଁଛନ୍ତି । କୌଣସି ଦଳର ନୁହେ, ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ କାମ କରାଯାଉଛି ବୋଲି କହିଥିଲେ।

The post ବିଡିଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଭାଜପା ଏଜେଣ୍ଟ ଭଳି କାମ କରୁଛନ୍ତି କହି … appeared first on Dharitri Odia News.