ବରଗଡ଼ ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଲଲାଟେନ୍ଦୁ ସମ୍ପାଦକ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ଶୁକ୍ରବାର ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ସଂଘର ସଭାପତି ଭାବେ ଭୀଷ୍ମଦେବ ସରାଫ୍‌ କ୍ରମାଗତ ତୃତୀୟଥର ପାଇଁ ନିର୍ବାଚିତ ହୋଇ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି। ଉପସଭାପତି ପଦବୀରେ ହେମନ୍ତ କୁମାର ପୁରୋହିତ ଏବଂ ସମ୍ପାଦକ ପଦବୀରେ ଲଲାଟେନ୍ଦୁ ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ପଦବୀରେ ବୈକୁଣ୍ଠ ପ୍ରସାଦ ଷଡଙ୍ଗୀ ନିର୍ବାଚିତ ହୋଇଛନ୍ତି । ସଂଘର କାର୍ଯ୍ୟକାରୀ କମିଟି କେଟାଗୋରୀ-୧ ପାଇଁ ବୀରେନ୍ଦ୍ର ହାତୀ ଓ ମୃତ୍ୟୁଞ୍ଜୟ […] The post ବରଗଡ଼ ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଲଲାଟେନ୍ଦୁ ସମ୍ପାଦକ appeared first on Dharitri Odia News.

ବରଗଡ଼ ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଲଲାଟେନ୍ଦୁ ସମ୍ପାଦକ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ଶୁକ୍ରବାର ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ସଂଘର ସଭାପତି ଭାବେ ଭୀଷ୍ମଦେବ ସରାଫ୍‌ କ୍ରମାଗତ ତୃତୀୟଥର ପାଇଁ ନିର୍ବାଚିତ ହୋଇ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି।

ଉପସଭାପତି ପଦବୀରେ ହେମନ୍ତ କୁମାର ପୁରୋହିତ ଏବଂ ସମ୍ପାଦକ ପଦବୀରେ ଲଲାଟେନ୍ଦୁ ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ପଦବୀରେ ବୈକୁଣ୍ଠ ପ୍ରସାଦ ଷଡଙ୍ଗୀ ନିର୍ବାଚିତ ହୋଇଛନ୍ତି । ସଂଘର କାର୍ଯ୍ୟକାରୀ କମିଟି କେଟାଗୋରୀ-୧ ପାଇଁ ବୀରେନ୍ଦ୍ର ହାତୀ ଓ ମୃତ୍ୟୁଞ୍ଜୟ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ କେଟାଗୋରୀ ୩ ପାଇଁ ଆଶୁତୋଷ ରଥ ଓ ଶଙ୍କର ପ୍ରସାଦ ପୃଷେଠ ନିର୍ବାଚିତ ହୋଇଛନ୍ତି। ଏଠାରେ ପ୍ରକାଶଥାଉକି, ସଂଘର କାର୍ଯ୍ୟକାରୀ କମିଟିର କେଟାଗୋରୀ-୨ପାଇଁ ଦେବେନ୍ଦ୍ର ରଞ୍ଜନ ସାହୁ ଏବଂ ଅନୁପ ଶତପଥି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

The post ବରଗଡ଼ ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଲଲାଟେନ୍ଦୁ ସମ୍ପାଦକ appeared first on Dharitri Odia News.