କଂଗ୍ରେସର ଖେଳ ବିଗାଡିବେ ମମତା
କୋଲକାତା,୧୨।୩: କଂଗ୍ରେସ ଏବଂ ତୃଳମୂଳ କଂଗ୍ରେସ ମଧ୍ୟରେ ମତଭେଦ ସମାପ୍ତ ହେଉନାହିଁ । ପଶ୍ଚିମବଙ୍ଗ ପରେ ଟିଏମ୍ସି ଏବେ ମେଘାଳୟର ତୁରା ଲୋକ ସଭା ଆସନ ସହିତ ଆସାମର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଖୁବ୍ଶୀଘ୍ର ଟିକେଟ ଘୋଷଣା କରାଯିବ ବୋଲି ଦାବି କରାଯାଉଛି। ସୂଚନାନୁସାରେ, ଉଭୟ ରାଜ୍ୟରେ ଦଳ କଂଗ୍ରେସଠାରୁ ଅଲଗା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହାର ଅର୍ଥ କଂଗ୍ରେସ ସହ ମେଣ୍ଟ ନ କରିବାକୁ ଯୋଜନା କରିଛନ୍ତି। ଟିଏମସି ତୁରା ଲୋକ […] The post କଂଗ୍ରେସର ଖେଳ ବିଗାଡିବେ ମମତା appeared first on Dharitri Odia News.
କୋଲକାତା,୧୨।୩: କଂଗ୍ରେସ ଏବଂ ତୃଳମୂଳ କଂଗ୍ରେସ ମଧ୍ୟରେ ମତଭେଦ ସମାପ୍ତ ହେଉନାହିଁ । ପଶ୍ଚିମବଙ୍ଗ ପରେ ଟିଏମ୍ସି ଏବେ ମେଘାଳୟର ତୁରା ଲୋକ ସଭା ଆସନ ସହିତ ଆସାମର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଖୁବ୍ଶୀଘ୍ର ଟିକେଟ ଘୋଷଣା କରାଯିବ ବୋଲି ଦାବି କରାଯାଉଛି। ସୂଚନାନୁସାରେ, ଉଭୟ ରାଜ୍ୟରେ ଦଳ କଂଗ୍ରେସଠାରୁ ଅଲଗା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହାର ଅର୍ଥ କଂଗ୍ରେସ ସହ ମେଣ୍ଟ ନ କରିବାକୁ ଯୋଜନା କରିଛନ୍ତି।
ଟିଏମସି ତୁରା ଲୋକ ସଭା ଆସନରୁ ପୂର୍ବତନ ମେଘାଳୟର ମୁଖ୍ୟମନ୍ତ୍ରୀ ମୁକୁଲ ସଙ୍ଗମାଙ୍କୁ ମଇଦାନକୁ ଓହ୍ଲାଇପାରେ। ଏଠାରୁ କଂଗ୍ରେସ ଏ. ସଙ୍ଗମାଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିସାରିଛି। ଏହାପୂର୍ବରୁ କଂଗ୍ରେସ ସଙ୍କେତ ଦେଇଥିଲା ଯେ ପଶ୍ଚିମବଙ୍ଗରେ ମେଣ୍ଟ ପାଇଁ ତୃଳମୂଳ ପାଇଁ ତୁରା ଆସନ ଛାଡିବାକୁ ପ୍ରସ୍ତୁତ, କିନ୍ତୁ ଦୁହିଁଙ୍କ ମଧ୍ୟରେ ପଶ୍ଚିମବଙ୍ଗରେ ମେଣ୍ଟ ହୋଇପାରିନଥିଲା।
୨୦୧୯ ଲୋକ ସଭା ନିର୍ବାଚନରେ ମୁକୁଲ ସଙ୍ଗମା, ଯିଏ ସେତେବେଳେ କଂଗ୍ରେସରେ ଥିଲେ। ସେ ୪୧.୨୪ ପ୍ରତିଶତ ଭୋଟ ହାସଲ କରିଥିଲେ ମଧ୍ୟ ଏନପିପି ଆଗଥା ସଙ୍ଗମାଠାରୁ ହରିଯାଇଥିଲେ। ସେ ପ୍ରାୟ ୬୪,୦୦୦ ଭୋଟ ବ୍ୟବଧାନରେ ଏହି ଆସନ ଜିତିଥିଲେ। ପରେ ମୁକୁଲ ସଙ୍ଗମା କଂଗ୍ରେସ ଛାଡି ତୃଳମୂଳରେ ଯୋଗ ଦେଇଥିଲେ।
The post କଂଗ୍ରେସର ଖେଳ ବିଗାଡିବେ ମମତା appeared first on Dharitri Odia News.