ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ ନେବାକୁ ଭୁଲିଗଲେ ରୋହିତ ଶର୍ମା: କୋହଲିଙ୍କୁ ମନେ ପକାଇଲେ ୟୁଜର୍ସ
ନୂଆଦିଲ୍ଲୀ,୨୮।୭: ପଡ଼ିଆରେ ଲମ୍ବା ଛକା ମାରିବା ବ୍ୟତୀତ ରୋହିତ ଶର୍ମା ନିଜ ଜିନିଷ ଭୁଲିଯିବା ପାଇଁ ଜଣାଶୁଣା। ରୋହିତ ଶର୍ମା ଭୁଲିଯିବାର ଅଭ୍ୟାସ ବିରାଟ କୋହଲି ବହୁ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ବର୍ତ୍ତମାନ ପ୍ରାୟତଃ ଲାଗୁଛି କୋହଲି ଠିକ କହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରୋହିତ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଭୁଲିଯାଉଥିବା ନଜର ଆସିଛନ୍ତି। ଭାଇରାଲ ଭିଡିଓରେ ରୋହିତଙ୍କୁ ତାଙ୍କ ସ୍ତ୍ରୀ ରିତିକା ସାଜଦେହ ଏବଂ ଝିଅ […] The post ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ ନେବାକୁ ଭୁଲିଗଲେ ରୋହିତ ଶର୍ମା: କୋହଲିଙ୍କୁ ମନେ ପକାଇଲେ ୟୁଜର୍ସ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୭: ପଡ଼ିଆରେ ଲମ୍ବା ଛକା ମାରିବା ବ୍ୟତୀତ ରୋହିତ ଶର୍ମା ନିଜ ଜିନିଷ ଭୁଲିଯିବା ପାଇଁ ଜଣାଶୁଣା। ରୋହିତ ଶର୍ମା ଭୁଲିଯିବାର ଅଭ୍ୟାସ ବିରାଟ କୋହଲି ବହୁ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ବର୍ତ୍ତମାନ ପ୍ରାୟତଃ ଲାଗୁଛି କୋହଲି ଠିକ କହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରୋହିତ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଭୁଲିଯାଉଥିବା ନଜର ଆସିଛନ୍ତି। ଭାଇରାଲ ଭିଡିଓରେ ରୋହିତଙ୍କୁ ତାଙ୍କ ସ୍ତ୍ରୀ ରିତିକା ସାଜଦେହ ଏବଂ ଝିଅ ସମାଇରାଙ୍କ ସହ ଦେଖିବାକୁ ମିଳିଥିଲା।
ରୋହିତ ଶର୍ମା ତାଙ୍କ ପରିବାର ସହିତ ମୁମ୍ବାଇ ବିମାନବନ୍ଦରରେ ଏକ କାରରେ ନଜର ଆସିଥିଲେ। ଏହି ସମୟରେ ରୋହିତ ଶର୍ମା ତାଙ୍କ ବ୍ୟାଗ ଭୁଲି ଯାଇଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, କାରରେ ବସିଥିବା ବେଳେ ହିଟମ୍ୟାନ ଜଣଙ୍କୁ କହିଥିଲେ ଯେ ସେଠାରେ ୭ଟି ବ୍ୟାଗ ରହିବା ଉଚିତ। ତା’ପରେ କାରରେ ବସି ରୋହିତ ଶର୍ମା ପୁଣି ଥରେ ବ୍ୟାଗ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଏଥର ସେ ୭ ବଦଳରେ ୮ଟି ବ୍ୟାଗ ବିଷୟରେ କୁହନ୍ତି। ରୋହିତ ଶର୍ମା ତାଙ୍କ ବ୍ୟାଗ ଭୁଲିଯିବାର ଘଟଣା ଦେଖି ପ୍ରଶଂସକମାନେ ବିରାଟ କୋହଲିଙ୍କ କଥା ମନେ ପକାଇଛନ୍ତି।
ରୋହିତ ଶର୍ମାଙ୍କ ଏହି ଭାଇରାଲ ଭିଡିଓରେ ଜଣେ ୟୁଜର୍ସ କହିଛନ୍ତି, ଚିକୁ (ବିରାଟ କୋହଲି) ଠିକ କହିଛନ୍ତି। ବିରାଟ କୋହଲି ୨୦୧୬ ସାକ୍ଷାତକାରରେ କହିଥିଲେ ଯେ, ରୋହିତ ଶର୍ମା ଅନେକ ଜିନିଷ ଭୁଲିଯାନ୍ତି।
ବର୍ତ୍ତମାନ ଏକ ମାସରୁ ଅଧିକ ବିରତି ପରେ ରୋହିତ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମାଧ୍ୟମରେ ପଡ଼ିଆକୁ ଫେରିବେ। ଦିନିକିଆ ପୂର୍ବରୁ ଏକ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି।
Rohit Sharma again forgot how many bags
![]()
Kitane bag the Rohit bhai 7 ya 8
pic.twitter.com/HpnLOHFCEn
— ????????????????????????????⁴⁵ (@rushiii_12) July 27, 2024
The post ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ ନେବାକୁ ଭୁଲିଗଲେ ରୋହିତ ଶର୍ମା: କୋହଲିଙ୍କୁ ମନେ ପକାଇଲେ ୟୁଜର୍ସ appeared first on Dharitri Odia News.
