ଏଣିକି ମୁନାଫାଖୋର ବ୍ୟବସାୟୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଭୁବନେଶ୍ୱର,୨୪ା୬: ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ସମୀକ୍ଷା ବୈଠକ କରିଛନ୍ତ। ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଭି. ଭି. ଯାଦବ ଓ ମାର୍କେଟ ଇନ୍ଟେଲିଜେନ୍ସ ଅଫିସର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟର ସମସ୍ତ ଜିଲାରୁ ଯୋଗାଣ ଓ ମାର୍କେଟ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନକରାଯାଇ ସେଗୁଡ଼ିକର ବିଶ୍ଳେଷଣ କରାଯାଇଥିଲା […] The post ଏଣିକି ମୁନାଫାଖୋର ବ୍ୟବସାୟୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୪ା୬: ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ସମୀକ୍ଷା ବୈଠକ କରିଛନ୍ତ। ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଭି. ଭି. ଯାଦବ ଓ ମାର୍କେଟ ଇନ୍ଟେଲିଜେନ୍ସ ଅଫିସର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟର ସମସ୍ତ ଜିଲାରୁ ଯୋଗାଣ ଓ ମାର୍କେଟ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନକରାଯାଇ ସେଗୁଡ଼ିକର ବିଶ୍ଳେଷଣ କରାଯାଇଥିଲା ଏବଂ ଦରଦାମ୍ ବୃଦ୍ଧିର କାରଣ ଓ ଏହାର ନିରାକରଣ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା। ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ତଥା ଜିଲା ସ୍ତରରେ ପ୍ରତ୍ୟହ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ତଥା ଏହାର ଗଚ୍ଛିତ ପରିମାଣ ଯାଞ୍ଚ କରିବା ସଙ୍ଗେ ସଙ୍ଗେ ମୁନାଫାଖୋର ଓ ଗଚ୍ଛିତ ସୀମାଠାରୁ ଅଧିକା ସାମଗ୍ରୀ ଗଚ୍ଛିତ କରି ରଖିଥିବା ବ୍ୟବସାୟୀଙ୍କ ବିରୋଧରେ ଅତ୍ୟାବଶ୍ୟକୀୟ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟିମାନେ ଯେପରି ଉଚିତ ମୂଲ୍ୟରେ ଖାଉଟି ସାମଗ୍ରୀ ପାଇପାରିବେ ସେଥିପାଇଁ ଦୃଷ୍ଟିଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜରୁରୀକାଳିନ ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ନାଫେଡ୍ ଦ୍ୱାରା ରିହାତି ଦରରେ ଖାଉଟିମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
The post ଏଣିକି ମୁନାଫାଖୋର ବ୍ୟବସାୟୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ appeared first on Dharitri Odia News.