ସାକ୍ଷୀଗୋପାଳ ମନ୍ଦିର ଝୁଲଣ କୁଞ୍ଜରେ ଜୋତାପିନ୍ଧା ମୂର୍ତ୍ତି
ସାକ୍ଷୀଗୋପାଳ,୨୦।୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ରବିବାର ପରମ୍ପରା କ୍ରମେ ଗହ୍ମାପୂର୍ଣ୍ଣିମା ପର୍ବ ଓ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବର୍ଜ୍ୟବସ୍ତୁ ଫାଇବରରେ ନିର୍ମିତ ଜୋତା ପିନ୍ଧିଥିବା ଭୀମ ଓ ଦୁଃଶାସନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାବ୍ୟତୀତ ୨୦ଟି ସଖୀ, ରୋହିଣୀ, ଯଶୋଦା, କୃଷ୍ଣ ଓ ବଳରାମଙ୍କ ମୂର୍ତ୍ତି ଝୁଲଣ କୁଞ୍ଜରେ ମନ୍ଦିର ପ୍ରଶାସନ ଖଞ୍ଜିଥିବା ଦେଖାଯାଇଛି। ପୂର୍ବରୁ ଶୋଲ, ନଡ଼ା, କପଡ଼ା, କାଗଜ ଅଠା ଓ ଚିକ୍ମିକ୍ ଜରି ଜମୁରାରେ ଝୁଲଣ […] The post ସାକ୍ଷୀଗୋପାଳ ମନ୍ଦିର ଝୁଲଣ କୁଞ୍ଜରେ ଜୋତାପିନ୍ଧା ମୂର୍ତ୍ତି appeared first on Dharitri Odia News.
ସାକ୍ଷୀଗୋପାଳ,୨୦।୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ରବିବାର ପରମ୍ପରା କ୍ରମେ ଗହ୍ମାପୂର୍ଣ୍ଣିମା ପର୍ବ ଓ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବର୍ଜ୍ୟବସ୍ତୁ ଫାଇବରରେ ନିର୍ମିତ ଜୋତା ପିନ୍ଧିଥିବା ଭୀମ ଓ ଦୁଃଶାସନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାବ୍ୟତୀତ ୨୦ଟି ସଖୀ, ରୋହିଣୀ, ଯଶୋଦା, କୃଷ୍ଣ ଓ ବଳରାମଙ୍କ ମୂର୍ତ୍ତି ଝୁଲଣ କୁଞ୍ଜରେ ମନ୍ଦିର ପ୍ରଶାସନ ଖଞ୍ଜିଥିବା ଦେଖାଯାଇଛି। ପୂର୍ବରୁ ଶୋଲ, ନଡ଼ା, କପଡ଼ା, କାଗଜ ଅଠା ଓ ଚିକ୍ମିକ୍ ଜରି ଜମୁରାରେ ଝୁଲଣ କୁଞ୍ଜ ସଜାଯାଉଥିବା ବେଳେ ଚଳିତବର୍ଷ ମନ୍ଦିର ପରମ୍ପରାକୁ ଏଡ଼ାଇଯାଇ ଅନାବଶ୍ୟକ ଭାବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଫାଇବର ମୂର୍ତ୍ତି ସ୍ଥାପନକୁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ଏମ୍ପି ସମ୍ବିତ ପାତ୍ର ଏବଂ ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ମନ୍ଦିର ପ୍ରଶାସନ ଦୋଷ ଲୁଚାଇବାକୁ ଯାଇ ଜୋତାପିନ୍ଧା ମୂର୍ତ୍ତିଙ୍କ ପାଦକୁ ଠାକୁରଙ୍କ ପାଟବସ୍ତ୍ରରେ ଢାଙ୍କିଦେବା ଘଟଣା ଭକ୍ତମାନଙ୍କୁ ଚକିତ କରିଛି। ସେବାୟତ ସଂଘ ତଥା ମନ୍ଦିର ପରିଚାଳନା ପରିଷଦ ସଭ୍ୟ ପ୍ରତାପ ମହାପାତ୍ର ଜୋତାପିନ୍ଧା ମୂର୍ତ୍ତି ରଖାଯାଇଥିବା ବିଷୟରେ ଜାଣି ନ ଥିଲେ ଏବଂ ଏହାକୁ ଅପସାରଣ କରାଯିବ ବୋଲି କହିଛନ୍ତି। ଏହି ଘଟଣାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟୀ କରି ସେବାୟତ ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି, ପୂର୍ବରୁ ମନ୍ଦିର ପାରମ୍ପରିକ ପର୍ବପର୍ବାଣିରେ କେଉଁଠି ଫାଇବର ବ୍ୟବହାର କରାଯାଇନାହିଁ। କାହା ନିର୍ଦ୍ଦେଶରେ ଏହା କରାଯାଇଛି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ସେହିପରି ପରମ୍ପରାରେ ଆଞ୍ଚ ଆସିବା ଭଳି କୌଣସି କାର୍ଯ୍ୟ ମନ୍ଦିରରେ କରାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଦାୟୀ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇବାକୁ ଜୟପୁର ପଞ୍ଚାୟତ ସମିତିର ସଭ୍ୟ ଦୀପକ ଶତପଥୀ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ କହିଛନ୍ତି, ପୁରୁଣା ମୂର୍ତ୍ତିଗୁଡ଼ିକ ଭାଙ୍ଗିଯାଇଥିବାରୁ ନୂଆ ମୂର୍ତ୍ତି ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା। ମୂର୍ତ୍ତିଗୁଡ଼ିକ ଆଣି ଝୁଲଣ କୁଞ୍ଜରେ ଖଞ୍ଜାଯିବା ସମୟରେ କୌଣସି ଅଭିଯୋଗ ଆସି ନ ଥିଲା। ଝୁଲଣ ଶେଷ ପର୍ଯ୍ୟାୟରେ ଏଭଳି ଅଭିଯୋଗ ଆସିଛି। ତୁରନ୍ତ ଏହାକୁ କାଢ଼ି ଦିଆଯିବ ଏବଂ ଆସନ୍ତା ବର୍ଷ ଏହା ଲଗାଯିବ ନାହିଁ ବୋଲି ତ୍ରିପାଠୀ କହିଛନ୍ତିି।
The post ସାକ୍ଷୀଗୋପାଳ ମନ୍ଦିର ଝୁଲଣ କୁଞ୍ଜରେ ଜୋତାପିନ୍ଧା ମୂର୍ତ୍ତି appeared first on Dharitri Odia News.