‘ମନ୍‌ କି ବାତ୍‌’ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ମୋଦି କହିଲେ ଦେଶବାସୀଙ୍କ ଉପରେ…

ନୂଆଦିଲ୍ଲୀ,୩୦ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ତେବେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରବିବାର ମନ୍‌ କି ବାତ୍‌ର ୧୧୧ ତମ ପର୍ଯ୍ୟାୟ ଥିଲା। ଏଥିରେ […] The post ‘ମନ୍‌ କି ବାତ୍‌’ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ମୋଦି କହିଲେ ଦେଶବାସୀଙ୍କ ଉପରେ… appeared first on Dharitri Odia News.

‘ମନ୍‌ କି ବାତ୍‌’ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ମୋଦି କହିଲେ ଦେଶବାସୀଙ୍କ ଉପରେ…

ନୂଆଦିଲ୍ଲୀ,୩୦ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ତେବେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରବିବାର ମନ୍‌ କି ବାତ୍‌ର ୧୧୧ ତମ ପର୍ଯ୍ୟାୟ ଥିଲା।

ଏଥିରେ ପ୍ରଧାନମନ୍ତ୍ରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା କଥା କହିଛନ୍ତି। ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଏଥିସହିତ ଏହି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଜାତୀୟ ସ୍ବାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ। ଏଥିରେ ସେ ଯୋଗ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଜୁନ୍‌ ୧୮ରେ ଘୋଷଣା କରିଥିଲେ ଯେ, ଜୁନ୍‌ ୩୦ରୁ ଦେଶବାସୀ ପୁଣି ଥରେ ‘ମନ୍‌ କି ବାତ୍‌’ ରେଡିଓ କାର୍ଯ୍ୟକ୍ରମ ଶୁଣିବାର ସୁଯୋଗ ପାଇବେ। ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ, MyGov Open Forum ଏବଂ ନମୋ ଆପ୍‌ରେ ସେମାନଙ୍କର ଧାରଣା ପଠାଇ ପାରିବେ, ଯାହା ‘ମନ୍‌ କି ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଆଲୋଚନା ହେବ।

The post ‘ମନ୍‌ କି ବାତ୍‌’ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ମୋଦି କହିଲେ ଦେଶବାସୀଙ୍କ ଉପରେ… appeared first on Dharitri Odia News.