ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ପଶିଲା ପାଣି: ବିଦ୍ୟୁତ ଉତ୍ପାଦନ ବନ୍ଦ
କୋରାପୁଟ,୯।୯(ଅମିତାଭ ବେହେରା ): କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ବିଶେଷ କରି ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁ ଜଳାପୁଟ ମୁଖ୍ୟ ଜଳଭଣ୍ଡାର ଫୁଲିବାରେ ଲାଗିଛି। ସୋମବାର ମାଧ୍ୟାନ୍ନରେ କୋରାପୁଟ ଜିଲାର ସୀମାନ୍ତ ଅନକା ଡ଼େଲି ପଞ୍ଚାୟତର ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ବର୍ଷା ଜଳ ପଶିଯାଇଛି। ଯାହା ଫଳରେ ମାଛକୁଣ୍ଡ ପ୍ରକଳ୍ପରେ ବନ୍ୟାଜଳ ପଶିବା ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି । ଏନେଇ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ମାଛକୁଣ୍ଡ […] The post ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ପଶିଲା ପାଣି: ବିଦ୍ୟୁତ ଉତ୍ପାଦନ ବନ୍ଦ appeared first on Dharitri Odia News.
କୋରାପୁଟ,୯।୯(ଅମିତାଭ ବେହେରା ): କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ବିଶେଷ କରି ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁ ଜଳାପୁଟ ମୁଖ୍ୟ ଜଳଭଣ୍ଡାର ଫୁଲିବାରେ ଲାଗିଛି। ସୋମବାର ମାଧ୍ୟାନ୍ନରେ କୋରାପୁଟ ଜିଲାର ସୀମାନ୍ତ ଅନକା ଡ଼େଲି ପଞ୍ଚାୟତର ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ବର୍ଷା ଜଳ ପଶିଯାଇଛି। ଯାହା ଫଳରେ ମାଛକୁଣ୍ଡ ପ୍ରକଳ୍ପରେ ବନ୍ୟାଜଳ ପଶିବା ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି । ଏନେଇ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ମାଛକୁଣ୍ଡ ପ୍ରକଳ୍ପରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ । ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ବିଦ୍ୟୁତ ପ୍ରକଳ୍ପର ୨ ନମ୍ବର ୟୁନିଟ ଭିତରେ ବନ୍ୟା ଜଳ ପ୍ରବେଶ କରିଛି l ବନ୍ୟା ଜଳ ବାହାର କରିବାକୁ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି। ପାଇପ ଲଗାଇ ପାଣି ବାହାର କରିବାକୁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଲଗାଣ ବର୍ଷା ଯୋଗୁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। ଜଳଭଣ୍ଡାର ଭିତରେ ବନ୍ୟା ଜଳ ପ୍ରବେଶ କରୁଥିବାରୁ ୫ଟି ଗେଟ ଖୋଲି ଦିଆଯାଇଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୩ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ସେହିପରି ମାଛକୁଣ୍ଡ ଡ଼ି ଡ୍ୟାମରୁ ୪ଟି ଗେଟରେ ୨୦ ହଜାର କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଇ ମାଛକୁଣ୍ଡ ନଦୀରେ ଛଡା ଯାଉଛି ।
The post ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ପଶିଲା ପାଣି: ବିଦ୍ୟୁତ ଉତ୍ପାଦନ ବନ୍ଦ appeared first on Dharitri Odia News.