୩ ବର୍ଷ ବିତିଲା, ସରୁନି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): ସିମନବାଡ଼ି-ସିକକେତା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ଫଳରେ ଅଞ୍ଚଳବାସୀ ବହୁତ ହଇରାଣ ହରକତ ହେଉଛନ୍ତି। ଗୁରୁବାର ଉକ୍ତ ଅଞ୍ଚଳବାସୀ ଓ ଅନ୍ତରଙ୍ଗ ଯୁବସଂଘ ପକ୍ଷରୁ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କୁ ଲିଖିତ ଅଭିଯୋଗ କରାଯାଇଛି। କେଉଁ କାରଣରୁ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସାରିପାରୁନି ବୋଲି ଲୋକ ପ୍ରଶ୍ନ କରିବା ସହ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ବିଡିଓଙ୍କୁ […] The post ୩ ବର୍ଷ ବିତିଲା, ସରୁନି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ appeared first on Dharitri Odia News.

୩ ବର୍ଷ ବିତିଲା, ସରୁନି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): ସିମନବାଡ଼ି-ସିକକେତା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ଫଳରେ ଅଞ୍ଚଳବାସୀ ବହୁତ ହଇରାଣ ହରକତ ହେଉଛନ୍ତି। ଗୁରୁବାର ଉକ୍ତ ଅଞ୍ଚଳବାସୀ ଓ ଅନ୍ତରଙ୍ଗ ଯୁବସଂଘ ପକ୍ଷରୁ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କୁ ଲିଖିତ ଅଭିଯୋଗ କରାଯାଇଛି। କେଉଁ କାରଣରୁ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସାରିପାରୁନି ବୋଲି ଲୋକ ପ୍ରଶ୍ନ କରିବା ସହ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ବିଡିଓଙ୍କୁ ନିବେଦନ କରିଛନ୍ତି। ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଛାତ୍ରୀଛାତ୍ର ବିଦ୍ୟାଳୟ ମହାବିଦ୍ୟାଳୟକୁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମେତ ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହଇରାଣ ଭୋଗୁଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏଭଳି ସମସ୍ୟା ଦିନେ କି ଦୁଇଦିନ ନୁହଁ ବର୍ଷ ବର୍ଷ ଧରି ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ଯୋଗୁ ଲୋକଙ୍କ ଯାତାୟାତରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଗର୍ଭ ଧାରଣ କରିଥିବା ରୋଗୀ ହେଉ କି ଯେ କୌଣସି ରୋଗରେ ଆକ୍ରାନ୍ତ ଲୋକ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚିଲା ବେଳେ ରୋଗ ଦ୍ବିଗୁଣିତ ହେଉଛି। ଲୋକଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତର ସିକକେତାଠାରୁ ସିମନବାଡ଼ିକୁ ସଂଯୋଗ କରୁଥିବା ୧୫ କିମି ରାସ୍ତା। ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁ ଜରୁରୀ କାର୍ଯ୍ୟ ନ ଥିଲେ ସେହିରାସ୍ତାରେ ଲୋକମାନେ ଯାତାୟାତ କରୁ ନ ଥିବା କହିଛନ୍ତି। ସମ୍ପ୍ରସାରଣ ଆରମ୍ଭ ହେବାର ପ୍ରାୟ ୩ ବର୍ଷ ବିତିଲା ହେଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ କାହିଁକି ହୋଇପାରୁନି ତାହା ସାଧାରଣ ଲୋକଙ୍କୁ ମଧ୍ୟ ଜଣାନାହିଁ କି ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଉଥିବା ପୂର୍ତ୍ତବିଭାଗ ପକ୍ଷରୁ ମଧ୍ୟ ଲୋକଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉନାହିଁ। ରାସ୍ତା ସମ୍ପ୍ରସାରଣ ପୂର୍ବରୁ ରାସ୍ତାର ଯେଉଁ ଅବସ୍ଥା ରହିଥିଲା ବର୍ତ୍ତମାନ ସମ୍ପ୍ରସାରଣ ନାମରେ ଅନେକ ସ୍ଥାନକୁ ଖୋଳା ଯାଇଥିବା ବେଳେ ମେଟାଲିଂ କି ପିଚୁ ପକାଯାଇ ନ ଥିବାରୁ ସେହିରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଏନେଇ ଉକ୍ତ ଅଞ୍ଚଳରେ ଅଞ୍ଚଳବାସୀ ଘନଘନ ବୈଠକ କରି ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ବିଡିଓ ଅଭିଯୋଗପତ୍ର ପାଇବା ପରେ ପୂର୍ତ୍ତ ବିଭାଗକୁ ଜଣାଇବି ଏବଂ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

The post ୩ ବର୍ଷ ବିତିଲା, ସରୁନି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ appeared first on Dharitri Odia News.