ରାମଗିରିକୁ ବ୍ଲକ କରିବାକୁ ଦାବି କଲେ ୧୧ ପଞ୍ଚାୟତର ଲୋକେ

ପାରଳାଖେମୁଣ୍ଡି,୩ା୩(ଗିରିଧାରୀ ପରିଛା): ଜୋର ଧରୁଛି ବ୍ଲକ ପୁନର୍ଗଠନ ଦାବି। ଉଭୟ ନୁଆଗଡ ଓ ଉଦୟଗିରି ବ୍ଲକ ଅଞ୍ଚଳର ୧୧ ପଞ୍ଚାୟତର ଜନ ପ୍ରତିନିଧି ଓ ଶତାଧିକ ସ୍ଥାନୀୟ ବାସିନ୍ଦା ସୋମବାର ଜିଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଛନ୍ତି। ରା ଉଦୟଗିରି ବ୍ଲକର ରାମଗିରି, ସୁବଲଡା୍‌, ମଙ୍ଗରାଜପୁର, ଅନଘା, ତବାରସିଂ, ପରିସଲ, ରଣ୍ଡିବା, ସିଆଳିଲଟି , ପୁରୁଣା ପାଣି ପଞ୍ଚାୟତ ଏବଂ ନୁଆଗଡ ବ୍ଲକର ଟାଙ୍ଗିଲି ଓ ବେତାର ସିଂ ପଞ୍ଚାୟତକୁ ନେଇ ରାମଗିରି […] The post ରାମଗିରିକୁ ବ୍ଲକ କରିବାକୁ ଦାବି କଲେ ୧୧ ପଞ୍ଚାୟତର ଲୋକେ appeared first on Dharitri Odia News.

ରାମଗିରିକୁ ବ୍ଲକ କରିବାକୁ ଦାବି କଲେ ୧୧ ପଞ୍ଚାୟତର ଲୋକେ

ପାରଳାଖେମୁଣ୍ଡି,୩ା୩(ଗିରିଧାରୀ ପରିଛା): ଜୋର ଧରୁଛି ବ୍ଲକ ପୁନର୍ଗଠନ ଦାବି। ଉଭୟ ନୁଆଗଡ ଓ ଉଦୟଗିରି ବ୍ଲକ ଅଞ୍ଚଳର ୧୧ ପଞ୍ଚାୟତର ଜନ ପ୍ରତିନିଧି ଓ ଶତାଧିକ ସ୍ଥାନୀୟ ବାସିନ୍ଦା ସୋମବାର ଜିଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଛନ୍ତି। ରା ଉଦୟଗିରି ବ୍ଲକର ରାମଗିରି, ସୁବଲଡା୍‌, ମଙ୍ଗରାଜପୁର, ଅନଘା, ତବାରସିଂ, ପରିସଲ, ରଣ୍ଡିବା, ସିଆଳିଲଟି , ପୁରୁଣା ପାଣି ପଞ୍ଚାୟତ ଏବଂ ନୁଆଗଡ ବ୍ଲକର ଟାଙ୍ଗିଲି ଓ ବେତାର ସିଂ ପଞ୍ଚାୟତକୁ ନେଇ ରାମଗିରି ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସେମାନେ ପୂର୍ବରୁ ଏନେଇ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ଥିଲେ। ସୋମବାର ପୁଣି ଥରେ ଜିଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି ବୋଲି କହିଛନ୍ତି କମିଟି ସଭାପତି ତାରିଣୀ ଚରଣ ଗୌଡ, ନୂଆଗଡ଼ ବ୍ଲକ ଅଧ୍ୟକ୍ଷା ମାଳତି ପ୍ରଧାନ, ରମାଗିରି ସରପଞ୍ଚ ସସ୍ମିତା କାର୍ଜି, ସୁବଲଡା ସରପଞ୍ଚ ।

ଏହିସବୁ ପଞ୍ଚାୟତର ଜନ ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ସମ୍ମତି ପାଇଁ ପ୍ରତି ପଞ୍ଚାୟତରେ ଗତ ଫେବୃଆରୀରେ ପଲ୍ଲିସଭା ଓ ଗ୍ରାମସଭା କରାଯାଇ ମତ ସଂଗ୍ରହ କରାଯାଇଛି। ଉପରୋକ୍ତ ଅଞ୍ଚଳଗୁଡିକରେ ଏଯାଏ ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ଗମନାଗମନର ସୁବିଧା ନ ଥିବାରୁ ବେଳେ ସ୍ବାସ୍ଥ୍ୟ ସେବା, ଶିକ୍ଷା କ୍ଷେତ୍ରରେ ବହୁ ପଛରେ ପଡ଼ିରହିଛି ଅଞ୍ଚଳ।

ଉଭୟ ବ୍ଲକ ସଦର ମହକୁମାରୁ ଏହି ସବୁ ପଞ୍ଚାୟତ ୮/୧୦ କି.ମି. ଦୂରରେ ରହିଛି। ଫଳରେ ବ୍ଲକ କାର୍ଯ୍ୟାଳୟକୁ ଯିବା ଲୋକଙ୍କ ପାଇଁ କଷ୍ଟକର ହୋଇଥାଏ । ଏସବୁ ଦୃଷ୍ଟିରୁ ବ୍ଲକ ଗଠନର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ରାମିଗିର ବ୍ଲକ ହେଲେ ବ୍ଲକବାସୀ ସୁବିଧା ଓ ସହଜରେ ସବୁ କ୍ଷେତ୍ରରେ ଉପକୃତ ହେବେ। ଏସବୁ ବିଚାରକୁ ନେଇ ବ୍ଲକ ଗଠନ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଏହି ସମ୍ପର୍କରେ ଜିଲାପାଳ ବିଜୟ କୁମାର ଦାସଙ୍କୁ ପଚାରିବାରୁ ସେ କହିଲେ ବ୍ଲକ ପୁନର୍ଗଠନ ନେଇ ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଆସିନାହିଁ। ଯଦି ଆସେ ତେବେ ବିଚାରକୁ ନିଆଯିବ।

The post ରାମଗିରିକୁ ବ୍ଲକ କରିବାକୁ ଦାବି କଲେ ୧୧ ପଞ୍ଚାୟତର ଲୋକେ appeared first on Dharitri Odia News.