ନବୀନଙ୍କ ପାଇଁ ପୂଜାର୍ଚ୍ଚନା: ଶୀଘ୍ର ସୁସ୍ଥ ହୋଇଯାନ୍ତୁ…
ଗଜପତି୨୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ବିଜେଡ଼ି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରାଯାଇଛି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଶନିବାର ସା ସମୟରେ ଜିଲା ବିଜେଡି ପକ୍ଷରୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପଦଯାତ୍ରାରେ ବାହାରି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଥମେ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା କରି ପରେ ହାଇସ୍କୁଲ ନିକଟରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ […] The post ନବୀନଙ୍କ ପାଇଁ ପୂଜାର୍ଚ୍ଚନା: ଶୀଘ୍ର ସୁସ୍ଥ ହୋଇଯାନ୍ତୁ… appeared first on Dharitri Odia News.
ଗଜପତି୨୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ବିଜେଡ଼ି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରାଯାଇଛି।
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଶନିବାର ସା ସମୟରେ ଜିଲା ବିଜେଡି ପକ୍ଷରୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପଦଯାତ୍ରାରେ ବାହାରି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଥମେ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା କରି ପରେ ହାଇସ୍କୁଲ ନିକଟରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ପ୍ରାଥନା କରାଯାଇଥିଲା ଓ ଶେଷ ରେ ଆଲ୍ଲାଙ୍କୁ ଦୁଆ ମାଗିଥିଲେ।ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୌର ଅଧ୍ୟକ୍ଷା ନିର୍ମଳା ସେଠୀ , ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ ଭିରରାଜୁ, ବରିଷ୍ଠ ବିଜେଡି ନେତା ଜମିନଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ନବୀନଙ୍କ ପାଇଁ ପୂଜାର୍ଚ୍ଚନା: ଶୀଘ୍ର ସୁସ୍ଥ ହୋଇଯାନ୍ତୁ… appeared first on Dharitri Odia News.