ସନ୍ତାନ ଜନ୍ମ ଦେବା ପରେ ଆଖିବୁଜିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା
ଲୁଧିଆନା: ଜଣେ ୧୨ ବର୍ଷୀୟ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା, ଦୁଷ୍କର୍ମଜନିତ ଗର୍ଭଧାରଣ ପରେ ନାବାଳିକା ହସ୍ପିଟାଲ୍ରେ ସନ୍ତାନକୁ ଜନ୍ମ ଦେଇ ମୃତ୍ୟୁବରଣ କରିବା ଘଟଣାକୁ ନେଇ ଲୁଧିଆନା ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତ ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ୧୩ ସେପ୍ଟମ୍ବର ୨୦୨୩ରେ ତାଙ୍କ ଶଳାର ଭାଇ ତଥା ଅଭିଯୁକ୍ତ ବିକ୍ରମ ତାଙ୍କ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ବିହାରକୁ ନେଇଯାଇଥିଲା। ପରେ ତାଙ୍କ ସହ ବଳପୂର୍ବକ ଦୈହିକ ସମ୍ପର୍କ ରଖିଥିଲେ। ଏଥିରେ […]

ଲୁଧିଆନା: ଜଣେ ୧୨ ବର୍ଷୀୟ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା, ଦୁଷ୍କର୍ମଜନିତ ଗର୍ଭଧାରଣ ପରେ ନାବାଳିକା ହସ୍ପିଟାଲ୍ରେ ସନ୍ତାନକୁ ଜନ୍ମ ଦେଇ ମୃତ୍ୟୁବରଣ କରିବା ଘଟଣାକୁ ନେଇ ଲୁଧିଆନା ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତ ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ୧୩ ସେପ୍ଟମ୍ବର ୨୦୨୩ରେ ତାଙ୍କ ଶଳାର ଭାଇ ତଥା ଅଭିଯୁକ୍ତ ବିକ୍ରମ ତାଙ୍କ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ବିହାରକୁ ନେଇଯାଇଥିଲା। ପରେ ତାଙ୍କ ସହ ବଳପୂର୍ବକ ଦୈହିକ ସମ୍ପର୍କ ରଖିଥିଲେ। ଏଥିରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଅଗଷ୍ଟ ୩୦ରେ ବିକ୍ରମ ଓ ତାଙ୍କ ଝିଅ ବିହାରରୁ ଫେରିଥିଲେ। ଟ୍ରେନ୍ରେ ତାଙ୍କ ଝିଅଙ୍କୁ ଗର୍ଭବେଦନା ହୋଇଥିଲା। ସୋନିପତ ଠାରେ ଟ୍ରେନ୍ରୁ ଓହ୍ଲାଇ ସ୍ଥାନୀୟ ସିଭିଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠରେ ତାଙ୍କ ଝିଅ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ହସ୍ପିଟାଲ୍ରୁ ସେପ୍ଟମ୍ବର ୧ ତାରିଖରେ ବାହାରି ଉଭୟେ ଲୁଧିଆନା ଆସିଥିଲେ। ସେଠାରେ ଉଭୟେ, ବିକ୍ରମଙ୍କ ଭଉଣୀଙ୍କ ଘରେ ରହିଥିଲେ। ସେପ୍ଟମ୍ବର ୪ ତାରିଖରେ ତାଙ୍କ ଝିଅଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ଓ ତାଙ୍କର ମୃତ୍ୟୁଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ବିଏନ୍ଏସ୍ର ଅପହରଣ, ଦୁଷ୍କର୍ମ ଓ ହତ୍ୟା ବ୍ୟତିରେକ ନରହତ୍ୟା ଦଫା ଲଗାଇ ପୁଲିସ ମାମଲା ରୁଜୁ କରିଛି।