ଓଲଟିଲା ଓଏସଆରଟି ବସ
ଅନୁଗୁଳ : ପାଲଲହଡା ନିକଟରେ ଓଲଟିଲା ଓଏସଆରଟି ବସ । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମଲ ଥାନା ପଵିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ ତଳେ ଚାପି ହୋଇ ଅନେକ ଯାତ୍ରୀ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦୁଝର ଠାରୁ ଅନୁଗୁଳ ଆସୁଥିବା OSRTC ବସ୍ ଗହମ ଗ୍ରାମ ଆମ୍ଭତୋଟା ଠାରେ ଭାରସାମ୍ଯ ହରାଇ ଓଲଟି […]

ଅନୁଗୁଳ : ପାଲଲହଡା ନିକଟରେ ଓଲଟିଲା ଓଏସଆରଟି ବସ । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମଲ ଥାନା ପଵିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ ତଳେ ଚାପି ହୋଇ ଅନେକ ଯାତ୍ରୀ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କେନ୍ଦୁଝର ଠାରୁ ଅନୁଗୁଳ ଆସୁଥିବା OSRTC ବସ୍ ଗହମ ଗ୍ରାମ ଆମ୍ଭତୋଟା ଠାରେ ଭାରସାମ୍ଯ ହରାଇ ଓଲଟି ପଡିଥିଲା । ସେଥିରେ ୪୭ ଜଣ ଯାତ୍ରୀ ଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୧୭ ଜଣ ଗୁରୁତର ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।