ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ନୂଆପଡା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଣି ଜଣେ ସରକାରୀ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ଖରିଆର ରୋଡ଼ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ(ଆର ଆଣ୍ଡ ବି)ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କୁ ଧରିଛି ଭିଜିଲାନ୍ସ । ଶ୍ରୀ ସେଠୀଙ୍କର ଭୁବନେଶ୍ୱରର ୫ଟି ସ୍ଥାନ ସହିତ ଏକକାଳୀନ ୮ ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ୭ଜଣ ଡ଼ିଏସପିଙ୍କ ନେତୃତ୍ୱରେ ୩ ଜଣ ଇନ୍ସପେକ୍ଟର ଓ ୧୦ […]

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ନୂଆପଡା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଣି ଜଣେ ସରକାରୀ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ଖରିଆର ରୋଡ଼ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ(ଆର ଆଣ୍ଡ ବି)ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କୁ ଧରିଛି ଭିଜିଲାନ୍ସ । ଶ୍ରୀ ସେଠୀଙ୍କର ଭୁବନେଶ୍ୱରର ୫ଟି ସ୍ଥାନ ସହିତ ଏକକାଳୀନ ୮ ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ୭ଜଣ ଡ଼ିଏସପିଙ୍କ ନେତୃତ୍ୱରେ ୩ ଜଣ ଇନ୍ସପେକ୍ଟର ଓ ୧୦ ଜଣ ଏଏସଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

ପୂର୍ବରୁ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେଇ ଆସୁଥିଲା । ଅଭିଯୋଗ ଆଧାରରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କନିଷ୍ଠ ଯନ୍ତ୍ରୀଙ୍କ ଘର ଓ ଅଫିସ ଭଳି ୮ଟି ସ୍ଥାନରେ ଚଢ଼ାଉ ପାଇଁ ସର୍ଚ୍ଚ ୱ।ରେଣ୍ଟ ଆଣିଥିଲେ । ଶୁକ୍ରବାର ସକାଳୁ ଭୁବନେଶ୍ୱର ଲିଙ୍ଗିପୁର ଗଂଗୋତ୍ରୀ ନଗର ପ୍ଲଟ ନଂ ୧୦ରେ ଅବସ୍ଥିତ ତିନି ମହଲା ଘର,ପୁରୀ ଜିଲ୍ଲା ପିପିଲି ଥାନା ବିଲିପଡ଼ା ସ୍ଥିତ ଏକ ଫାର୍ମ ହାଉସ, ଭୁବନେଶ୍ୱର ବ୍ରିଟ୍‌ କଲୋନୀ ବ୍ରହ୍ମେଶ୍ୱରପାଟଣାର ଏକ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର କେଦାର ଲେନରେ ପ୍ଲଟ ନଂ ୬୨୩ରେ ଜେଇଙ୍କ ସହଯୋଗୀ ଓ ପୁରୁଣା ଭୁବନେଶ୍ୱର ସ୍ଥିତ ଗ୍ୟାରେଜ ଛକ ପ୍ଲଟ ନଂ ୮୬୬ରେ ଅନ୍ୟ ଜଣେ ସହଯୋଗୀଙ୍କ ଘର, ନୂଆପଡ଼ା ଅଫିସ ଓ ସରକାରୀ ବାସଭବନ ଭଳି ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମସ୍ତ ସମ୍ପତିର ଆକଳନ କରାଯାଇପାରିନାହିଁ ।