ନଭେମ୍ବର ୩ରୁ ୬ ଓଜେଏସ୍‌ ମେନ୍‌ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓ଼ଜେଏସ ମେନ ପରୀକ୍ଷା ହେବ। ଏନେଇ ଓପିଏସ୍‌ସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ପ୍ରାର୍ଥୀମାନେ ଓପିଏସ୍‌ସିର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇପାରିବେ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌)-୨୦୨୩ ମେନ୍‌ ପରୀକ୍ଷା ପାଇଁ ପ୍ରିଲିମିନାରି ପରୀକ୍ଷାରେ […]

ନଭେମ୍ବର ୩ରୁ ୬ ଓଜେଏସ୍‌ ମେନ୍‌ ପରୀକ୍ଷା
ନଭେମ୍ବର ୩ରୁ ୬ ଓଜେଏସ୍‌ ମେନ୍‌ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓ଼ଜେଏସ ମେନ ପରୀକ୍ଷା ହେବ। ଏନେଇ ଓପିଏସ୍‌ସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ପ୍ରାର୍ଥୀମାନେ ଓପିଏସ୍‌ସିର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇପାରିବେ।

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌)-୨୦୨୩ ମେନ୍‌ ପରୀକ୍ଷା ପାଇଁ ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ଜଣ ପରୀକ୍ଷାର୍ଥୀ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ରାଜ୍ୟର ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୩ଟି ଜୋନ୍‌ରେ ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ପ୍ରିଲିମିନାରି ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିଲା। ମୋଟ ୨୭୭ ଜଣ ପୁରୁଷ ଓ ୪୦୩ ଜଣ ମହିଳା ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ।