ଡ୍ରାଇଭର ଆନ୍ଦୋଳନ ସ୍ଥଗିତ – କମିଶନର

ଭୁବନେଶ୍ୱର : ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ I ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର I ଖୁବ ଶୀଘ୍ର ପରିବହନ ସେବା ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛନ୍ତି I ରାଜ୍ୟ ସରକାରଙ୍କ ପାଖରେ ଡ୍ରାଇଭରମାନେ କରିଥିବା ଦାବି ପୂରଣ ହେବାରୁ ଆନ୍ଦୋଳନ ସ୍ଥଗିତ ରଖାଯାଇଛି I ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ସହ ଆଲୋଚନା ଜାରି ରହିଛି I କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନେକ ସ୍ଥାନରେ ଡ୍ରାଇଭରମାନେ ଆନ୍ଦୋଳନରେ […]

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ – କମିଶନର
ଡ୍ରାଇଭର ଆନ୍ଦୋଳନ ସ୍ଥଗିତ - କମିଶନର

ଭୁବନେଶ୍ୱର : ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ I ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର I ଖୁବ ଶୀଘ୍ର ପରିବହନ ସେବା ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛନ୍ତି I ରାଜ୍ୟ ସରକାରଙ୍କ ପାଖରେ ଡ୍ରାଇଭରମାନେ କରିଥିବା ଦାବି ପୂରଣ ହେବାରୁ ଆନ୍ଦୋଳନ ସ୍ଥଗିତ ରଖାଯାଇଛି I ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ସହ ଆଲୋଚନା ଜାରି ରହିଛି I କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନେକ ସ୍ଥାନରେ ଡ୍ରାଇଭରମାନେ ଆନ୍ଦୋଳନରେ ବସି ରହିଛନ୍ତି I ସେମାନେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖକୁ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ତରଫରୁ ଆନ୍ଦୋଳନକୁ ସ୍ଥଗିତ ରଖିବା ନେଇ କୌଣସି ସୂଚନା ଆସିନାହିଁ I

ସୂଚନାନୁସାରେ,ଭାରତ ସରକାରଙ୍କ ଆଇପିସି ୧୬୦ କ୍ଲଜ-୨କୁ ବିରୋଧ କରି ଗତ ୩ ଦିନ ହେବ ଦେଶରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ୨୦୨୩ ଶେଷ ମୁହୂର୍ତ୍ତରେ ଭାରତ ସରକାରଙ୍କ ଗୃହ ବିଭାଗ ମନ୍ତ୍ରୀ ଅମିତ ଶାହା ଏକ ନୂତନ ନିୟମ ଡ୍ରାଇଭରମାନଙ୍କ ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଥିବା ଆମେ ଶୁଣିବାକୁ ପାଇଲୁ ଯେ କେହି ଦୁର୍ଘଟଣା କରାଇଲେ ୭ ଲକ୍ଷ ଟଙ୍କା ଦେବା ସହ ୧୦ ବର୍ଷ ଜେଲ ଯିବେ। ଏହାକୁ ଆମେ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଛୁ। ଏହି ଆଇନକୁ ସ୍ଥଗିତ ରଖାଯାଇଛି ଆମେ ଚାହୁଁ ଏହାକୁ ପ୍ରତ୍ୟାହାର କରାଯାଉ।