ବାଇକ୍‌ରୁ ଜବତ ହେଲା ୪ ଲକ୍ଷ ଟଙ୍କା, ଜଣେ ଅଟକ

ଦେବଗଡ ୧୮।୫: ବାଇକରୁ ଜବତ ହେଲା ପ୍ରାୟ ୪ ଲକ୍ଷ ଟଙ୍କା । ଫ୍ଲାଇଂ ସ୍କ୍ବାଡ୍ ଦ୍ଵାରା ୩ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି । ଦେବଗଡ ସହରର କଲେଜ ରୋଡ୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାଡ୍ । ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ଦେବଗଡ ଥାନାରେ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛ ।ସେପଟେ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟରେ ଜବତ ଟଙ୍କାର ତଥ୍ୟ ରଖିଥିଲେ । ସେ କହିଥିଲେ, ମୋଟ୍ ୨୫୪ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ନଗଦ ୧୭ କୋଟି ୧୮ ଲକ୍ଷ, ୩୧ ଲକ୍ଷ ଲିଟର ମଦ, ୭୩ କୋଟି ଟଙ୍କାର ଡ୍ରଗ୍ସ, ୧୪ କୋଟିର ସୁନାଗହଣା ଜବତ ହୋଇଛି । ସବୁଠାରୁ ଅଧିକ ବରଗଡ଼ରେ ନଗଦ ୧ କୋଟି ୨୬ ଲକ୍ଷ ଟଙ୍କା ଏବଂ ୮୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି । କନ୍ଧମାଳରେ ୩୬ ଲକ୍ଷ, ଆସ୍କାରେ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । You Can Read :ରେଳ ଧାରଣା କଡରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର   

ବାଇକ୍‌ରୁ ଜବତ ହେଲା ୪ ଲକ୍ଷ ଟଙ୍କା, ଜଣେ ଅଟକ

ଦେବଗଡ ୧୮।୫: ବାଇକରୁ ଜବତ ହେଲା ପ୍ରାୟ ୪ ଲକ୍ଷ ଟଙ୍କା । ଫ୍ଲାଇଂ ସ୍କ୍ବାଡ୍ ଦ୍ଵାରା ୩ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି । ଦେବଗଡ ସହରର କଲେଜ ରୋଡ୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାଡ୍ । ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ଦେବଗଡ ଥାନାରେ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛ ।

ସେପଟେ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟରେ ଜବତ ଟଙ୍କାର ତଥ୍ୟ ରଖିଥିଲେ । ସେ କହିଥିଲେ, ମୋଟ୍ ୨୫୪ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ନଗଦ ୧୭ କୋଟି ୧୮ ଲକ୍ଷ, ୩୧ ଲକ୍ଷ ଲିଟର ମଦ, ୭୩ କୋଟି ଟଙ୍କାର ଡ୍ରଗ୍ସ, ୧୪ କୋଟିର ସୁନାଗହଣା ଜବତ ହୋଇଛି । ସବୁଠାରୁ ଅଧିକ ବରଗଡ଼ରେ ନଗଦ ୧ କୋଟି ୨୬ ଲକ୍ଷ ଟଙ୍କା ଏବଂ ୮୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି । କନ୍ଧମାଳରେ ୩୬ ଲକ୍ଷ, ଆସ୍କାରେ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । 

You Can Read :

ରେଳ ଧାରଣା କଡରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର