ବେତନ ବଢ଼ାଇବା ଦାବିରେ ଲଣ୍ଡା ହେଲେ କେରଳ ଆଶାକର୍ମୀ  

ତିରୁଅନନ୍ତପୁରମ : ଦେଶର ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ଆଶାକର୍ମୀମାନେ କେରଳର ତିରୁଅନନ୍ତପୁରମରେ ଦୀର୍ଘ ୫୦ ଦିନ ଧରି ଆମରଣ ଅନଶନରେ ବସିଛନ୍ତି। ସରକାର ସେମାନଙ୍କ ଦରମା ବୃଦ୍ଧି ଦାବିକୁ ପ୍ରତ୍ୟାଖ୍ୟାନ କରୁଥିବା ଅଭିଯୋଗରେ ସେମାନେ ଆମରଣ ଅନଶନରେ ବସିଛନ୍ତି। ଏକ ନାଟକୀୟ ଘଟଣାକ୍ରମରେ ସୋମବାର ଏକାଧିକ ଆଶାକର୍ମୀ ସେମାନଙ୍କ ଆନ୍ଦୋଳନକୁ ଜୋରଦାର କରିବାକୁ ଯାଇ ସେମାନଙ୍କ କେଶ କାଟି ଦେଇଛନ୍ତି। କେହି କେହି ଲଣ୍ଡା ମଧ୍ୟ ହୋଇଛନ୍ତି। ସଚିବାଳୟ ବାହାରେ ଗତ ସପ୍ତାହରେ କିଛି […]

ବେତନ ବଢ଼ାଇବା ଦାବିରେ ଲଣ୍ଡା ହେଲେ କେରଳ ଆଶାକର୍ମୀ  

ତିରୁଅନନ୍ତପୁରମ : ଦେଶର ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ଆଶାକର୍ମୀମାନେ କେରଳର ତିରୁଅନନ୍ତପୁରମରେ ଦୀର୍ଘ ୫୦ ଦିନ ଧରି ଆମରଣ ଅନଶନରେ ବସିଛନ୍ତି। ସରକାର ସେମାନଙ୍କ ଦରମା ବୃଦ୍ଧି ଦାବିକୁ ପ୍ରତ୍ୟାଖ୍ୟାନ କରୁଥିବା ଅଭିଯୋଗରେ ସେମାନେ ଆମରଣ ଅନଶନରେ ବସିଛନ୍ତି। ଏକ ନାଟକୀୟ ଘଟଣାକ୍ରମରେ ସୋମବାର ଏକାଧିକ ଆଶାକର୍ମୀ ସେମାନଙ୍କ ଆନ୍ଦୋଳନକୁ ଜୋରଦାର କରିବାକୁ ଯାଇ ସେମାନଙ୍କ କେଶ କାଟି ଦେଇଛନ୍ତି। କେହି କେହି ଲଣ୍ଡା ମଧ୍ୟ ହୋଇଛନ୍ତି। ସଚିବାଳୟ ବାହାରେ ଗତ ସପ୍ତାହରେ କିଛି ଆନ୍ଦୋଳନକାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଆଶାକର୍ମୀମାନେ ଅବସର ପରବର୍ତ୍ତୀ ସୁବିଧାସୁଯୋଗ ଓ ବେତନ ବୃଦ୍ଧି ଦାବି କରିଛନ୍ତି। କିନ୍ତୁ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନଥିବାରୁ ସେମାନେ ସେମାନଙ୍କ ଆନ୍ଦୋଳନ ତୀବ୍ର କରିଛନ୍ତି।