ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ଅଜିତ ପାୱାର୍ଙ୍କ ଏନ୍ସିପି
ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାୟୁତି ମେଣ୍ଟର ସଦସ୍ୟ ଅଜିତ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକୁଟିଆ ଲଢ଼ିବ ବୋଲି ଘୋଷଣା କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୨୫ରୁ ୩୦ ଆସନରେ ଦଳର ପ୍ରାଥୀ ଠିଆ କରାଇବ ବୋଲି ଜଣାଯାଇଛି। ଆଜି, ଅଜିତ୍ ପାୱାର୍ ଦଳର ସଂଗଠନ ସମ୍ପ୍ରସାରଣ ଓ ଦିଲ୍ଲୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୫ରୁ ୩୦ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। […]

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାୟୁତି ମେଣ୍ଟର ସଦସ୍ୟ ଅଜିତ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକୁଟିଆ ଲଢ଼ିବ ବୋଲି ଘୋଷଣା କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୨୫ରୁ ୩୦ ଆସନରେ ଦଳର ପ୍ରାଥୀ ଠିଆ କରାଇବ ବୋଲି ଜଣାଯାଇଛି।
ଆଜି, ଅଜିତ୍ ପାୱାର୍ ଦଳର ସଂଗଠନ ସମ୍ପ୍ରସାରଣ ଓ ଦିଲ୍ଲୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୫ରୁ ୩୦ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସେମାନଙ୍କ ମଧ୍ୟରେ, ବୁରାରୀରୁ ରତନ ତ୍ୟାଗୀ, ବଦଲିରୁ ମୁଲାୟମ ସିଂହ, ସଙ୍ଗମ ବିହାରରୁ ଓମାର ଅଲ୍ଲୀ ଇଦ୍ରେସୀ, ସଲିମପୁରରୁ ରୁହି ସଲେମ୍ଙ୍କ ଟିକଟ ଘୋଷଣା କରାଯାଇଛି। ଯେଉଁ ବିଧାନସଭା ମଣ୍ଡଳୀରେ ବିଭାଜିତ ଭୋଟର ଅଛନ୍ତି ସେହି ମଣ୍ଡଳୀକୁ ପ୍ରାଥମିକ ଚରଣରେ ଟାର୍ଗେଟ୍ କାଯାଇଛି ବୋଲି ଶ୍ରୀପାୱାର କହିଛନ୍ତି।