ସମବାୟ ସମିତି ସମ୍ପାଦକ ଗିରଫ

ଭୁବନେଶ୍ୱର : ଟଙ୍କା ହଡ଼ପ ଅଭିଯୋଗରେ ସମବାୟ ସମିତି ସମ୍ପାଦକ ଗିରଫ । ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତିର ଭାର ପ୍ରାପ୍ତ ସମ୍ପାଦକ ଗିରୀଶ ଚନ୍ଦ୍ର ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ । ୫ ଲକ୍ଷ ୮୦ ହଜାର ଟଙ୍କା ହଡପ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ୨୦୨୧-୨୩ରେ ବାଲେଶ୍ୱର ଜିଲା ରେମୁଣା ବ୍ଳକ ଅନ୍ତର୍ଗତ ଦୁର୍ଗାଦେବୀ କୋ-ଅପରେଟିଭ୍‌ ସୋସାଇଟିର ଭାରପ୍ରାପ୍ତ ସମ୍ପାଦକ ଥିଲେ ଗିରିଶଗିରିଶ ଚନ୍ଦ୍ର ବେହେରା । […]

ସମବାୟ ସମିତି ସମ୍ପାଦକ ଗିରଫ
ସମବାୟ ସମିତି ସମ୍ପାଦକ ଗିରଫ

ଭୁବନେଶ୍ୱର : ଟଙ୍କା ହଡ଼ପ ଅଭିଯୋଗରେ ସମବାୟ ସମିତି ସମ୍ପାଦକ ଗିରଫ । ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତିର ଭାର ପ୍ରାପ୍ତ ସମ୍ପାଦକ ଗିରୀଶ ଚନ୍ଦ୍ର ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ । ୫ ଲକ୍ଷ ୮୦ ହଜାର ଟଙ୍କା ହଡପ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ୨୦୨୧-୨୩ରେ ବାଲେଶ୍ୱର ଜିଲା ରେମୁଣା ବ୍ଳକ ଅନ୍ତର୍ଗତ ଦୁର୍ଗାଦେବୀ କୋ-ଅପରେଟିଭ୍‌ ସୋସାଇଟିର ଭାରପ୍ରାପ୍ତ ସମ୍ପାଦକ ଥିଲେ ଗିରିଶଗିରିଶ ଚନ୍ଦ୍ର ବେହେରା । ଏହି ସମୟରେ ଚାଷ କ୍ଷୟକ୍ଷତିର ଶିକାର ହୋଇଥିବା ଦୁର୍ଗାଦେବୀ ଅଞ୍ଚଳର ୩୮ଜଣ ଚାଷୀଙ୍କ କ୍ଷତିପୂରଣ ବାବଦ ୫ଲକ୍ଷ ୮୦ ହଜାର ଟଙ୍କାକୁ ଗିରିଶ ହେରଫେର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗର ତଦନ୍ତରେ ସମ୍ପୃକ୍ତ କ୍ଷତିପୂରଣ ଅର୍ଥ ବାବଦରେ ଅଭିଯୁକ୍ତ ଗିରିଶ ଉପଯୁକ୍ତ ତଥ୍ୟ ନ ଦେଇନପାରିବାରୁ ତାକୁ ଗିରଫ କରାଯାଇଛି। ଗିରଫ ପରେ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି ।