ଷ୍ଟ୍ରେସ୍‌ ଇଟିଂ

ଆଜିକାଲିର ଲାଇଫଷ୍ଟାଇଲ୍‌ କାରଣରୁ ଜୀବନରେ ଅନେକ ଷ୍ଟ୍ରେସ୍‌ ଦେଖିବାକୁ ମିଳୁଛି, ଯେଉଁକାରଣରୁ ଆମେ ଆଙ୍ଗ୍‌ସିଅସ ଓ ଦୁର୍ବଳତା ଅନୂଭବ କରୁଛେ । ତେବେ ଷ୍ଟ୍ରେସ୍‌ ରହିଲେ ଭିନ୍ନ ଭିନ୍ନ ଲୋକଙ୍କର ଅଲଗା ଅଲଗା ଲକ୍ଷଣ ଦେଖିବାକୁ ମିଳିଥାଏ । କିଏ ଷ୍ଟ୍ରେସ୍‌ରେ ରହିବା ସମୟରେ ଏକୁଟିଆ ରହିବାକୁ ପସନ୍ଦ କରୁଥିବା ବେଳେ କିଏ କିଏ ଏହି ସମୟରେ ଅଧିକ ଖାଇଥାଆନ୍ତି । ତେବେ ଏହି ଟର୍ମକୁ ଡାକ୍ତରୀ ଭାଷାରେ ଷ୍ଟ୍ରେସ୍‌ ଇଟିଂ କୁହାଯାଇଥାଏ । ଏହି ସମୟରେ […]

ଷ୍ଟ୍ରେସ୍‌ ଇଟିଂ
ଷ୍ଟ୍ରେସ୍‌ ଇଟିଂ

ଆଜିକାଲିର ଲାଇଫଷ୍ଟାଇଲ୍‌ କାରଣରୁ ଜୀବନରେ ଅନେକ ଷ୍ଟ୍ରେସ୍‌ ଦେଖିବାକୁ ମିଳୁଛି, ଯେଉଁକାରଣରୁ ଆମେ ଆଙ୍ଗ୍‌ସିଅସ ଓ ଦୁର୍ବଳତା ଅନୂଭବ କରୁଛେ । ତେବେ ଷ୍ଟ୍ରେସ୍‌ ରହିଲେ ଭିନ୍ନ ଭିନ୍ନ ଲୋକଙ୍କର ଅଲଗା ଅଲଗା ଲକ୍ଷଣ ଦେଖିବାକୁ ମିଳିଥାଏ । କିଏ ଷ୍ଟ୍ରେସ୍‌ରେ ରହିବା ସମୟରେ ଏକୁଟିଆ ରହିବାକୁ ପସନ୍ଦ କରୁଥିବା ବେଳେ କିଏ କିଏ ଏହି ସମୟରେ ଅଧିକ ଖାଇଥାଆନ୍ତି । ତେବେ ଏହି ଟର୍ମକୁ ଡାକ୍ତରୀ ଭାଷାରେ ଷ୍ଟ୍ରେସ୍‌ ଇଟିଂ କୁହାଯାଇଥାଏ । ଏହି ସମୟରେ ସେମାନେ ନିଜର କମ୍ଫର୍ଟ ଫୁଡକୁ ବେଶି ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଏହାର ଖରାପ ପ୍ରଭାବ ମଧ୍ୟ ରହିଛି । ତେଣୁ ଯଦି ଆପଣ ଷ୍ଟ୍ରେସ୍‌ ଇଟିଂର ସାମନା କରୁଛନ୍ତି, ତେବେ କିଛି କଥାର ଧ୍ୟାନ ରଖନ୍ତୁ ଯାହା ଫଳରେ ଏଥିରୁ ଆପଣ ଦୂରେଇ ରହିବେ ।
– ଷ୍ଟ୍ରେସ୍‌ ଥିବା ସମୟରେ ପାଖରେ ସବୁବେଳେ ଜଙ୍କ୍‌ ଫୁଡ୍‌ ବଦଳରେ ପୋଷଣରେ ଭରପୂର ଖାଦ୍ୟ ରଖନ୍ତୁ । ଯାହା ଫଳରେ ଯେତେବେଳେ ଖାଇବାକୁ ଇଚ୍ଛା ହେବ ଆପଣ ଭଲ ଖାଦ୍ୟ ଖାଇପାରିବେ ।
– ଯଦି ଆପଣ ଜାଣି ପାରୁନାହାନ୍ତି ଏବଂ ଷ୍ଟ୍ରେସ୍‌ ଥିବାବେଳେ ଏପଟ ସେପଟ ଖାଦ୍ୟ ଖାଇ ଦେଉଛନ୍ତି, ତେବେ ପ୍ରତିଦିନ କିଛି ବ୍ୟାୟାମ ସାମିଲ କରନ୍ତୁ । ପ୍ରତିଦିନ ଅଳ୍ପ ସମୟ ପାଇଁ ବ୍ୟାୟାମ କରିବାଦ୍ୱାରା ଫିଟ୍‌ ରହିପାରିବେ ।
– ସବୁବେଳେ ଷ୍ଟ୍ରେସ୍‌ରେ ରହିବା ଦ୍ୱାରା ଆପଣଙ୍କ ନିକଟରେ ମାନସିକ ଅଶାନ୍ତ ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ଏହି ବିଷୟରେ ଘର ଲୋକଙ୍କ ସହ ହେଉ କିମ୍ବା ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ।