ଦନ୍ତାକୁ ମାରି କାଟିନେଲେ ଦାନ୍ତ
ବଲାଙ୍ଗିର : ଦନ୍ତା ହାତୀକୁ ମାରି କାଟିନେଲେ ଦାନ୍ତ । ବଲାଙ୍ଗୀର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ମଠଖାଇ ଜଙ୍ଗଲରେ ଥିବା ଅସୁରଡୁଙ୍ଗୁରି ଠାରେ ଏକ ଦାନ୍ତ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀ ଦେହରେ ଗୋଟିଏ ଦାନ୍ତ କାଟି ନେଇଥିବା ଦେଖିବାକୁ ମିଳିଛି । ଏହି ଖବର ବଲାଙ୍ଗିରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଜି ସକାଳେ ଅସୁରଡୁଙ୍ଗୁରି ନିକଟରେ ଏକ ହାତୀ ମରିଥିବା ଖବର ପାଇଥିଲା ବନବିଭାଗ । ସଙ୍ଗେ ସଙ୍ଗେ […]

ବଲାଙ୍ଗିର : ଦନ୍ତା ହାତୀକୁ ମାରି କାଟିନେଲେ ଦାନ୍ତ । ବଲାଙ୍ଗୀର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ମଠଖାଇ ଜଙ୍ଗଲରେ ଥିବା ଅସୁରଡୁଙ୍ଗୁରି ଠାରେ ଏକ ଦାନ୍ତ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀ ଦେହରେ ଗୋଟିଏ ଦାନ୍ତ କାଟି ନେଇଥିବା ଦେଖିବାକୁ ମିଳିଛି । ଏହି ଖବର ବଲାଙ୍ଗିରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଜି ସକାଳେ ଅସୁରଡୁଙ୍ଗୁରି ନିକଟରେ ଏକ ହାତୀ ମରିଥିବା ଖବର ପାଇଥିଲା ବନବିଭାଗ । ସଙ୍ଗେ ସଙ୍ଗେ ଆରସିସିଏଫ ଙ୍କ ନେତୃତ୍ୱରେ ବନଖଣ୍ଡ ଅଧିକାରୀଙ୍କ ସମେତ ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗତକାଲି ୧୨ ଟିକିଆ ହାତୀପଲ ସହ ଏହି ଦନ୍ତା ହାତୀଟି ବୁଲୁ ଥିବା ହଠାତ ଗୋଠଛଡ଼ା ହୋଇ ଦେଓଗାଁ ଓ ବରକାନୀ ଅଞ୍ଚଳରେ ବୁଲୁଥିବା ବେଳେ ବିଳମ୍ବିତ ରାତିରେ ତାକୁ ହତ୍ୟା କରାଯାଇଥିବା ଅନୁମାନ କରୁଛନ୍ତି ବନ ଅଧିକାରୀ । ଘଟଣାସ୍ଥଳରେ ବଲାଙ୍ଗୀର ଡିଏଫଓଙ୍କ ସମେତ ବନବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବନବିଭାଗ ତରଫରୁ ହାତୀର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।