ସମ୍ବେଦନହୀନ, ଅମାନୁଷିକ: ସ୍ତନ ଧରିବା ଦୁଷ୍କର୍ମ ନୁହେଁ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟ ଙ୍କ ଏକ ବିବାଦୀୟ ଆଦେଶକୁ ସୁପ୍ରିମ୍ କୋର୍ଟ ବୁଧବାର ସ୍ଥଗିତ ରଖିଛନ୍ତି, ଯେଉଁଥିରେ ‘ସ୍ତନ ଧରିବା’ ଏବଂ ‘ଝିଅର ପାଇଜାମାର ଡୋର ଖୋଲିବା’ ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ଉଦ୍ୟମ ନୁହେଁ ବୋଲି ଦର୍ଶାଯାଇଛି। ମାମଲାକୁ ନିଜ ଆଡ଼ୁ ଶୁଣାଣି ପାଇଁ ଗ୍ରହଣ କରିଥିବା ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଏହି ରାୟ ସମ୍ବେଦନହୀନ ଏବଂ ଅମାନୁଷିକ। ସର୍ବୋଚ୍ଚ ଅଦାଲତ କହିଛନ୍ତି “ଆମେ କହିବାକୁ ଦୁଃଖିତ ଯେ ଏହା ରାୟର ଲେଖକଙ୍କ ସମ୍ବେଦନଶୀଳତାର […]

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟ ଙ୍କ ଏକ ବିବାଦୀୟ ଆଦେଶକୁ ସୁପ୍ରିମ୍ କୋର୍ଟ ବୁଧବାର ସ୍ଥଗିତ ରଖିଛନ୍ତି, ଯେଉଁଥିରେ ‘ସ୍ତନ ଧରିବା’ ଏବଂ ‘ଝିଅର ପାଇଜାମାର ଡୋର ଖୋଲିବା’ ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ଉଦ୍ୟମ ନୁହେଁ ବୋଲି ଦର୍ଶାଯାଇଛି। ମାମଲାକୁ ନିଜ ଆଡ଼ୁ ଶୁଣାଣି ପାଇଁ ଗ୍ରହଣ କରିଥିବା ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଏହି ରାୟ ସମ୍ବେଦନହୀନ ଏବଂ ଅମାନୁଷିକ। ସର୍ବୋଚ୍ଚ ଅଦାଲତ କହିଛନ୍ତି “ଆମେ କହିବାକୁ ଦୁଃଖିତ ଯେ ଏହା ରାୟର ଲେଖକଙ୍କ ସମ୍ବେଦନଶୀଳତାର ସମ୍ପୂର୍ଣ୍ଣ ଅଭାବକୁ ଦର୍ଶାଉଛି । ଏହି ରାୟ ସଂରକ୍ଷଣ କରିବାର ୪ ମାସ ପରେ ପ୍ରଦାନ କରାଯାଇଥିଲା । ତେଣୁ ମନର ପ୍ରୟୋଗ ହୋଇଥିଲା ବୋଲି ଜଷ୍ଟିସ୍ ବିଆର୍ ଗଭାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। କୋର୍ଟ କହିଛନ୍ତି, “ଆମେ ସାଧାରଣତଃ ଏହି ସ୍ତରରେ ରହିତାଦେଶ ଅନୁମତି ଦେବାକୁ କୁଣ୍ଠାବୋଧ କରିଥାଉ । କିନ୍ତୁ ଯେହେତୁ ପାରା ୨୧, ୨୪ ଓ ୨୬ରେ ଥିବା ମନ୍ତବ୍ୟ ଅମାନବୀୟ ଆଭିମୁଖ୍ୟ ଦର୍ଶାଉଛି, ତେଣୁ ଆମେ ଏହି ମନ୍ତବ୍ୟ ଉପରେ ରୋକ୍ ଲଗାଇଛୁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି।