ଗ୍ରିନ୍ଲ୍ୟାଣ୍ଡ ଦଖଲ ପାଇଁ ସାମରିକ ଶକ୍ତି ପ୍ରୟୋଗ କରିବାକୁ ଟ୍ରମ୍ପଙ୍କ ସଙ୍କେତ
ୱାସିଂଟନ: ଡେନ୍ମାର୍କ ଏବଂ ଗ୍ରିନ୍ଲ୍ୟାଣ୍ଡକୁ ନିକଟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କଡ଼ା ସମାଲୋଚନା କରିଥିବା ବେଳେ ଡେନମାର୍କ ବୈଦେଶିକ ମନ୍ତ୍ରୀ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆମେରିକାକୁ କଡ଼ା ବାର୍ତ୍ତା ଦେଇଥିଲେ। ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଗ୍ରିନ୍ଲାଣ୍ଡ ଗସ୍ତ ପରେ ଡେନ୍ମାର୍କ ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକକେ ରାସ୍ମୁସେନ୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରେ ଆମେରିକାକୁ କଟାକ୍ଷ କରିଥିଲେ। ଡେନ୍ମାର୍କର ଏଭଳି ଆଭିମୁଖ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷୁବ୍ଧ କରିଛି […]

ୱାସିଂଟନ: ଡେନ୍ମାର୍କ ଏବଂ ଗ୍ରିନ୍ଲ୍ୟାଣ୍ଡକୁ ନିକଟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କଡ଼ା ସମାଲୋଚନା କରିଥିବା ବେଳେ ଡେନମାର୍କ ବୈଦେଶିକ ମନ୍ତ୍ରୀ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆମେରିକାକୁ କଡ଼ା ବାର୍ତ୍ତା ଦେଇଥିଲେ। ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଗ୍ରିନ୍ଲାଣ୍ଡ ଗସ୍ତ ପରେ ଡେନ୍ମାର୍କ ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକକେ ରାସ୍ମୁସେନ୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରେ ଆମେରିକାକୁ କଟାକ୍ଷ କରିଥିଲେ। ଡେନ୍ମାର୍କର ଏଭଳି ଆଭିମୁଖ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷୁବ୍ଧ କରିଛି ଏବଂ ଆବଶ୍ୟକ ସ୍ଥଳେ ସାମରିକ ଶକ୍ତି ପ୍ରୟୋଗ କରି ଗ୍ରିନ୍ଲାଣ୍ଡ୍କୁ ଆମେରିକା ନିଜ ନିୟନ୍ତ୍ରଣକୁ ନେବ ବୋଲି ଟ୍ରମ୍ପ କହିଛନ୍ତି। ଏହା ବିଶ୍ୱ ଶାନ୍ତି ଏବଂ ଅନ୍ତର୍ଜାତୀୟ ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଗ୍ରିନ୍ଲାଣ୍ଡ ଦଖଲ ନେଇ ଟ୍ରମ୍ପଙ୍କ ବୟାନ ସଂପର୍କରେ ରୁଷ୍ କହିଛି ଯେ ଆମେ ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବୁ ନାହିଁ। ସୂଚନାଯୋଗ୍ୟ, ଗ୍ରିନଲ୍ୟାଣ୍ଡରେ ଭାନ୍ସ କହିଥିଲେ ଯେ ଡେନମାର୍କଠାରୁ ସ୍ୱାଧୀନତା ପାଇଁ ଗ୍ରିନଲ୍ୟାଣ୍ଡରେ ପ୍ରୟାସକୁ ପ୍ରୋତ୍ସାହିତ କରିଥିବାରୁ ଦ୍ୱୀପର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଆମେରିକା ପାଖରେ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଆମେ ଗ୍ରିନ୍ଲାଣ୍ଡ୍କୁ ଅଧିକ ସୁରକ୍ଷିତ ରଖିପାରିବୁ ବୋଲି ସେ କହିଥିଲେ।