ରାଉରକେଲାରେ ନବୀନଙ୍କ ଘୋଷଣା ଜୁଲାଇରୁ ଦେବାକୁ ପଡ଼ିବନି ବିଦ୍ୟୁତ ବିଲ
ଭୁବନେଶ୍ୱର : ଆଜି ରାଉରକେଲାରେ ହାଇଭୋଲ୍ଟେଜ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ I ସେଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କ ପାଇଁ ଭୋଟ୍ ମାଗିଛନ୍ତି I ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜନମତ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ନବୀନ ପଟ୍ଟନାୟକ ଭଲ କି? ବୋଲି ପଚାରିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଉତ୍ସାହିତ ‘ହଁ’ ରେ ପ୍ରତିଧ୍ୱନିତ ହେଇଥିଲା […]

ଭୁବନେଶ୍ୱର : ଆଜି ରାଉରକେଲାରେ ହାଇଭୋଲ୍ଟେଜ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ I ସେଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କ ପାଇଁ ଭୋଟ୍ ମାଗିଛନ୍ତି I ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜନମତ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ନବୀନ ପଟ୍ଟନାୟକ ଭଲ କି? ବୋଲି ପଚାରିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଉତ୍ସାହିତ ‘ହଁ’ ରେ ପ୍ରତିଧ୍ୱନିତ ହେଇଥିଲା ସଭାସ୍ଥଳ ।
ମୁଖ୍ୟମନ୍ତ୍ରୀ କହିଲେ, ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ଆପଣଙ୍କମାନଙ୍କୁ ବିଜୁଳି ଦେବେ । ଇସ୍ତାହାରରେ ଯାହା ଅଛି ସରକାର ଗଢିବାର ପ୍ରଥମ ଦିନରେ ଅନେକ ପୂରଣ ହେବ। ବିଜେଡି ସରକାର ଜୁଲାଇ ମାସରୁ ମାଗଣା ବିଜୁଳି ମିଳିବ। ଆପଣମାନେ ଖୁସି ତ? ବୋଲି ଲୋକଙ୍କୁ ପଚାରିଲେ ନବୀନ ।
ଏହା ସହ ମିଶନ ଶକ୍ତି, ୫-ଟି ସ୍କୁଲ ରୂପାନ୍ତର, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି, ମମତା ଯୋଜନା ଆଦି ସବୁ ପ୍ରଶ୍ନରେ ଜନତା ‘ହଁ’ ଭରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ଆପଣ ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ I