ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

କଟକ : ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର । ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ବଡ଼ ଡାକ୍ତରଖାନାର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ । ‘ହେପାଟାଇଟିସ୍-ସି’ ଚିକିତ୍ସା ଆଳରେ ଜଣେ ଦରିଦ୍ର ରୋଗୀଙ୍କ ପୁଅଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ତାଙ୍କୁ ଧରିଛି ଭିଜିଲାନ୍ସ। ମାଗଣା ମେଡିସିନ ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ସ୍ମୃତିରଞ୍ଜନ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର […]

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର
ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

କଟକ : ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର । ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ବଡ଼ ଡାକ୍ତରଖାନାର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ । ‘ହେପାଟାଇଟିସ୍-ସି’ ଚିକିତ୍ସା ଆଳରେ ଜଣେ ଦରିଦ୍ର ରୋଗୀଙ୍କ ପୁଅଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ତାଙ୍କୁ ଧରିଛି ଭିଜିଲାନ୍ସ। ମାଗଣା ମେଡିସିନ ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।

ସ୍ମୃତିରଞ୍ଜନ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ଭାବରେ କାର୍ଯ୍ୟ କରୁଥିଲେ। ନିର୍ଦ୍ଦିଷ୍ଟ ଔଷଧ ପ୍ରଦାନ ପାଇଁ ‘ହେପାଟାଇଟିସ ସି’ ପାଇଁ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଜଣେ ଗରିବ ରୋଗୀଙ୍କ ପୁଅଙ୍କଠାରୁ ୨୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି ଔଷଧଗୁଡିକ ସରକାର ବିନା ମୂଲ୍ୟରେ ବଣ୍ଟନ କରନ୍ତି। କିନ୍ତୁ ସାହୁ ଲାଞ୍ଚ ମାଗିଥିଲେ ଏବଂ ଯଦି ତାଙ୍କର ଦାବି ପୂରଣ ନ ହୁଏ ତେବେ ତାହା ପ୍ରଦାନ କରିବାକୁ ମନା ବି କରିଦେଇଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଇ ଯୋଜନା ମୁତାବକ ସ୍ମୁରିଟି ରଞ୍ଜନଙ୍କୁ ଆଜି ଧରିଛି ଭିଜିଲାନ୍ସ । ସ୍ମୃତି ରଞ୍ଜନଙ୍କ ଦୁଇଟି ବାସସ୍ଥାନରେ ଚଢାଉ ଜାରି ରହିଛି ।