ଫ୍ରାନ୍ସରେ ଆକାଶରେ ଦୁଇ ରାଫେଲ ବିମାନ ମୁହାଁମୁହିଁ ଧକ୍କା, ୨ ପାଇଲଟ୍ ମୃତ
ପ୍ୟାରିସ: ଫ୍ରାନ୍ସର ଉତ୍ତର-ପୂର୍ବାଞ୍ଚଳରେ ଦୁଇଟି ରାଫେଲ ବିମାନ ମଧ୍ୟରେ ଧକ୍କା ହୋଇଛି । ଏହି ଦୁଇଟି ବିମାନ ଫ୍ରାନ୍ସ ବାୟୁସେନାର ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସ ବାୟୁସେନାର ସୂଚନା ଅନୁଯାୟୀ, ଦିନ ସାଢ଼େ ୧୨ଟାରେ ଉତ୍ତର ପୂର୍ବ ଫ୍ରାନ୍ସର ଆକାଶରେ ରାଫେଲ ଯୁଦ୍ଧ ବିମାନ ଦ୍ବୟ ମୁହାଁମୁହିଁ ଧକ୍କା ହୋଇଥିଲେ। ଧକ୍କା ହେବା ପରେ ଉଭୟ ବିମାନ ତଳେ ପଡ଼ିଯାଇଥିଲା। ବିମାନଟି ଜର୍ମାନୀରେ ଇନ୍ଧନ ଭର୍ତ୍ତି କରି […]

ପ୍ୟାରିସ: ଫ୍ରାନ୍ସର ଉତ୍ତର-ପୂର୍ବାଞ୍ଚଳରେ ଦୁଇଟି ରାଫେଲ ବିମାନ ମଧ୍ୟରେ ଧକ୍କା ହୋଇଛି । ଏହି ଦୁଇଟି ବିମାନ ଫ୍ରାନ୍ସ ବାୟୁସେନାର ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସ ବାୟୁସେନାର ସୂଚନା ଅନୁଯାୟୀ, ଦିନ ସାଢ଼େ ୧୨ଟାରେ ଉତ୍ତର ପୂର୍ବ ଫ୍ରାନ୍ସର ଆକାଶରେ ରାଫେଲ ଯୁଦ୍ଧ ବିମାନ ଦ୍ବୟ ମୁହାଁମୁହିଁ ଧକ୍କା ହୋଇଥିଲେ। ଧକ୍କା ହେବା ପରେ ଉଭୟ ବିମାନ ତଳେ ପଡ଼ିଯାଇଥିଲା। ବିମାନଟି ଜର୍ମାନୀରେ ଇନ୍ଧନ ଭର୍ତ୍ତି କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଗୋଟିଏ ବିମାନରେ ୨ ଜଣ ପାଇଲଟ୍ ଥିବା ବେଳେ ଅନ୍ୟଟିରେ ଜଣେ ପାଇଲଟ୍ ଥିଲେ। ଫ୍ରାନ୍ସ ଅଧିକାରୀମାନେ କହିଛନ୍ତି ଯେ ଦ୍ୱିତୀୟ ବିମାନର ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ । ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକାର୍ନେଉ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ଦୁର୍ଘଟଣା ବିଷୟରେ କହିବା ସହ କେଉଁ କାରଣରୁ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି ତାହା ଜଣାପଡ଼ି ନଥିବା ଉଲ୍ଲେଖ କରିଛନ୍ତି।