ଥାନା ଭିତରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା,ଏସପିଙ୍କୁ ରିପୋର୍ଟ ତଲବ
ଭଦ୍ରକ : ଚାନ୍ଦବାଲି ଥାନା ଭିତରେ ମହିଳା ଓ ଶିଶୁଙ୍କୁ ଦୁର୍ବ୍ୟବହାର ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍ଆର୍ସି) ଭଦ୍ରକ ଏସ୍ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ଜୁଲାଇ ୩୦ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛ, ତାହା ଜଣାଇବାକୁ ରିପୋର୍ଟରେ କୁହାଯାଇଛି। ଏହି ଘଟଣା ପଦାକୁ ଆସିବା ପରେ ମାନବାଧିକାରକର୍ମୀ ପ୍ରଦୀପ୍ତ କୁମାର ନାୟକ ଓଏଚ୍ଆରସିଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ […]

ଭଦ୍ରକ : ଚାନ୍ଦବାଲି ଥାନା ଭିତରେ ମହିଳା ଓ ଶିଶୁଙ୍କୁ ଦୁର୍ବ୍ୟବହାର ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍ଆର୍ସି) ଭଦ୍ରକ ଏସ୍ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ଜୁଲାଇ ୩୦ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛ, ତାହା ଜଣାଇବାକୁ ରିପୋର୍ଟରେ କୁହାଯାଇଛି। ଏହି ଘଟଣା ପଦାକୁ ଆସିବା ପରେ ମାନବାଧିକାରକର୍ମୀ ପ୍ରଦୀପ୍ତ କୁମାର ନାୟକ ଓଏଚ୍ଆରସିଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଆୟୋଗ ଏହି ନିର୍ଦେଶ ଦେଇଛନ୍ତି।
ଅନ୍ୟପଟେ ଏହି ଘଟଣାରେ ପ୍ରଥମେ ୩ ଜଣ ପୋଲିସ କର୍ମଚାରୀଙ୍କୁ ଭଦ୍ରକ ହେଡକ୍ୱାଟର୍ସକୁ ବଦଳି କରାଯାଇଥିଲା । ଏହାପରେ ଥାନାର ଏଏସଆଇ ନେପାଳ ସାହା ଏବଂ କନେଷ୍ଟବଳ ରବୀନ୍ଦ୍ର ସେଠୀଙ୍କୁ ସସ୍ପେଣ୍ଡ କରିଥିଲେ ଭଦ୍ରକ ଏସପି। ଚାନ୍ଦବାଲି ଥାନାରେ ଅଭିଯୋଗକାରୀ ମହିଳାଙ୍କ ପକ୍ଷରୁ ଏତଲା ଦିଆଯାଇଥିବା
ବେଳେ,ପୋଲିସ ପକ୍ଷରୁ ମଧ୍ୟ ଥାନାରେ ୨ ଟି ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ତଦନ୍ତ କରାଯାଇ ପୁରା ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି I ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ ଆଈନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭଦ୍ରକ ଏସପି ବାମଦେବ ସିଂ ।
ସୂଚନାନୁସାରେ,ଗତ ୨୫ ତାରିଖ ସନ୍ଧ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ଥାନା ଭିତରେ ଜଣେ ମହିଳାଙ୍କୁ କିଛି ପୁରୁଷ ପୋଲିସ କର୍ମଚାରୀ ଘୋଷାଡ଼ି ଘୋଷାଡ଼ି ଥାନା ବାହାରକୁ ନେଇଥିଲେ । ଏହି ଘଟଣାର ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେବା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।