INS Tamal: ଭାରତୀୟ ନୌସେନାକୁ ମିଳିଲା ବଳ; ସାମିଲ ହେଲା INS ତମାଲ
ରୁଷର ୟନ୍ତର ସିପୟାର୍ଡରେ ଆଇଏନଏସ୍ ତମାଲ ନିର୍ମାଣ କରାଯାଇ ଏହାର ଜଳାବତରଣ ହୋଇଯାଇଛି। ଆଇଏନଏସ୍ ତମାଲରେ ୨୬ ପ୍ରତିଶତ ସ୍ବଦେଶୀ ଜ୍ଞାନକୌଶଳ ସମ୍ପର୍କୀତ ସରଞ୍ଜାମ ବ୍ୟବହାର ହୋଇଛି। ଏଥିରେ ଅତ୍ୟାଧୁନିକ ରାଡାର, ସେନ୍ସର ପ୍ରଣାଳୀ ଲାଗିଛି। ଥରକେ ୩ ହଜାର କିମି ଦୂରତା ଯିବାର କ୍ଷମତା ରଖିଛି।