ନାଇଜେରିଆରେ ସ୍କୁଲ୍‌ଘର ଭୁଶୁଡ଼ି ୨୨ ଛାତ୍ରଙ୍କ ମୃତ୍ୟୁ, ଶତାଧିକ ଫସିଛନ୍ତି

ନୂଆଦିଲ୍ଲୀ: ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ପାଠପଢ଼ା ଚାଲିଥିବା ସମୟରେ ଏକ ଦୁଇ ମହଲା ସ୍କୁଲ୍‌ଘର ଭୁଶୁଡ଼ି ପଡ଼ିବାରୁ ୨୨ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ଏବେ ବି ଭଗ୍ନାବଶେଷ ତଳେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଫସିରହିଛନ୍ତି। ୧୩୨ ଜଣଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ନାଇଜେରିଆର ଜାତୀୟ ଜରୁରିକାଳୀନ ପରିଚାଳନା ଏଜେନ୍ସି କହିଛି ଯେ ଉଦ୍ଧାରକାରୀ, ସ୍ୱାସ୍ଥ୍ୟକର୍ମୀ ଓ ସୁରକ୍ଷା ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଦ୍ୟାଳୟର […]

ନାଇଜେରିଆରେ ସ୍କୁଲ୍‌ଘର ଭୁଶୁଡ଼ି ୨୨ ଛାତ୍ରଙ୍କ ମୃତ୍ୟୁ, ଶତାଧିକ ଫସିଛନ୍ତି

ନୂଆଦିଲ୍ଲୀ: ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ପାଠପଢ଼ା ଚାଲିଥିବା ସମୟରେ ଏକ ଦୁଇ ମହଲା ସ୍କୁଲ୍‌ଘର ଭୁଶୁଡ଼ି ପଡ଼ିବାରୁ ୨୨ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ଏବେ ବି ଭଗ୍ନାବଶେଷ ତଳେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଫସିରହିଛନ୍ତି। ୧୩୨ ଜଣଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ନାଇଜେରିଆର ଜାତୀୟ ଜରୁରିକାଳୀନ ପରିଚାଳନା ଏଜେନ୍ସି କହିଛି ଯେ ଉଦ୍ଧାରକାରୀ, ସ୍ୱାସ୍ଥ୍ୟକର୍ମୀ ଓ ସୁରକ୍ଷା ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଦ୍ୟାଳୟର ଦୁର୍ବଳ ଢାଞ୍ଚା ଓ ନଦୀକୂଳ ନିକଟରେ ଅବସ୍ଥିତି ପାଇଁ ରାଜ୍ୟ ସରକାର ଏହି ଦୁଃଖଦ ଘଟଣାକୁ ଦାୟୀ କରିଛନ୍ତି। ସମାନ ସ୍ଥିତିରେ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ଦାବି କରାଯାଇଛି। ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ ଗତ ଦୁଇ ବର୍ଷ ମଧ୍ୟରେ ଏଭଳି ଏକ ଡଜନରୁ ଅଧିକ ଘଟଣା ଘଟିଥିବା ବେଳେ କୋଠା ଭୁଶୁଡ଼ିବା ଏକ ସାଧାରଣ ଘଟଣା ପାଲଟିଛି।