SCBରେ ବିରଳ ଅସ୍ତ୍ରୋପଚାର, ସଫଳତାର ସହ ବାହାରିଲା ୧୭ବର୍ଷ ବାଳକଙ୍କ ପିଠିରେ ପଶିଥିବା ଡାଳ
କଟକ ୧୯।୩: କଟକ ଏସ୍ସିବିରେ ହେଲା ଆଉ ଏକ ବିରଳ ଅସ୍ତ୍ରୋପଚାର । ଏସ୍ସିବିର କାର୍ଡିଓଲୋଜି ବିଭାଗରେ ଏହି ଅସ୍ତ୍ରୋପଚାର ହୋଇଛି । ୧୭ ବର୍ଷର ବାଳକଙ୍କ ପିଠିରେ ପଶିଯାଇଥିବା ଡାଳକୁ ସଫଳ ଅସ୍ତ୍ରୋପଚାର କରାଯାଇ ବାହାର କରାଯାଇଛି ।ସୂଚନାଯୋଗ୍ୟ ଯେ, ଗତ ରବିବାର ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର କିଶୋର ମାରାଣ୍ଡି ମହୁଲ ଗଛରୁ ମହୁଲ ତୋଳୁଥିବା ବେଳେ ଗଛରୁ ହଠାତ ଖସି ପଡିଥିଲେ । ଏହାପରେ ତାଙ୍କ ପରେ ପିଠିରେ ଗଳି ଯାଇଥିଲା ଗଛ ଡାଳ । ଏହି ଡାଳଟି ପିଠିରୁ ଛାତି ପର୍ଯ୍ୟନ୍ତ ପଶିଯାଇଥିଲା । ଗୁରୁତର କିଶୋରଙ୍କୁ ପ୍ରଥମେ ଉଦଳା ମେଡିକାଲ ଓ ପରେ ସୋମବାର ଦିନ ଏସସିବିରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା । ଏଥିପାଇଁ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା । ସର୍ଜରୀ, ୟୁରୋଲୋଜି, କାର୍ଡିଓଲୋଜି ଓ ଆନେସ୍ଥେଶିଆ ବିଭାଗର ବରିଷ୍ଠ ଡ଼ାକ୍ତରମାନେ ଉପସ୍ଥିତ ଥିଲେ ।You Can Read :ବାପାଙ୍କ ବ୍ୟାଙ୍କ ଋଣ ସୁଝିବା ପାଇଁ ୨ ଭାଇଙ୍କ ମଧ୍ୟରେ ହଣାକଟା, ପରିବାରର ୪ ଜଣଙ୍କୁ ଭୁଜାଲିରେ ଆକ୍ରମଣ
କଟକ ୧୯।୩: କଟକ ଏସ୍ସିବିରେ ହେଲା ଆଉ ଏକ ବିରଳ ଅସ୍ତ୍ରୋପଚାର । ଏସ୍ସିବିର କାର୍ଡିଓଲୋଜି ବିଭାଗରେ ଏହି ଅସ୍ତ୍ରୋପଚାର ହୋଇଛି । ୧୭ ବର୍ଷର ବାଳକଙ୍କ ପିଠିରେ ପଶିଯାଇଥିବା ଡାଳକୁ ସଫଳ ଅସ୍ତ୍ରୋପଚାର କରାଯାଇ ବାହାର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ରବିବାର ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର କିଶୋର ମାରାଣ୍ଡି ମହୁଲ ଗଛରୁ ମହୁଲ ତୋଳୁଥିବା ବେଳେ ଗଛରୁ ହଠାତ ଖସି ପଡିଥିଲେ । ଏହାପରେ ତାଙ୍କ ପରେ ପିଠିରେ ଗଳି ଯାଇଥିଲା ଗଛ ଡାଳ । ଏହି ଡାଳଟି ପିଠିରୁ ଛାତି ପର୍ଯ୍ୟନ୍ତ ପଶିଯାଇଥିଲା । ଗୁରୁତର କିଶୋରଙ୍କୁ ପ୍ରଥମେ ଉଦଳା ମେଡିକାଲ ଓ ପରେ ସୋମବାର ଦିନ ଏସସିବିରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା । ଏଥିପାଇଁ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା । ସର୍ଜରୀ, ୟୁରୋଲୋଜି, କାର୍ଡିଓଲୋଜି ଓ ଆନେସ୍ଥେଶିଆ ବିଭାଗର ବରିଷ୍ଠ ଡ଼ାକ୍ତରମାନେ ଉପସ୍ଥିତ ଥିଲେ ।
You Can Read :
ବାପାଙ୍କ ବ୍ୟାଙ୍କ ଋଣ ସୁଝିବା ପାଇଁ ୨ ଭାଇଙ୍କ ମଧ୍ୟରେ ହଣାକଟା, ପରିବାରର ୪ ଜଣଙ୍କୁ ଭୁଜାଲିରେ ଆକ୍ରମଣ