ଚୈତ୍ର ପୂର୍ଣ୍ଣିମା ରାତିରେ ଆକାଶରେ ଦେଖା ଦେବ ‘ଗୋଲାପି ଜହ୍ନ’

ନୂଆଦିଲ୍ଲୀ ୧୮।୪: ହିନ୍ଦୁ ଧର୍ମରେ ଚୈତ୍ର ପୂର୍ଣ୍ଣିମାର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ଭାରତରେ ହନୁମାନ ଜୟନ୍ତୀ ପାଳିତ ହୁଏ। ଏଥର ଚୈତ୍ର ପୂର୍ଣ୍ଣିମା ୨୩ ଏପ୍ରିଲ ମଙ୍ଗଳବାର ହେବ।  ତେବେ ଏଥର ଚୈତ୍ର ପୂର୍ଣ୍ଣିମାର ସନ୍ଧ୍ୟାର ଦୃଶ୍ୟ ଅଲଗା ହେବାକୁ ଯାଉଛି। ଏଥର ଚୈତ୍ର ପୂର୍ଣ୍ଣିମାକୁ ଆକାଶରେ ପିଙ୍କ୍ ମୁନ  ଦେଖାଯିବ। ଏହି ଜହ୍ନକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମ ଦିଆଯାଇଛି। ଏଣୁ କେଉଁଠି ଏହାକୁ ବକ ପୋୟା ମୁନ କୁହାଯିବ ତ ଆଉ କେଉଁଠି ଫେଷ୍ଟିଭାଲ ମୁନ କୁହାଯିବ। ବିଭିନ୍ନ ସଂସ୍କୃତି ପାଇଁ ଚୈତ୍ର ପୂର୍ଣ୍ଣିମାର ଭିନ୍ନଭିନ୍ନ ମହତ୍ୱ ରହିଛି। ଯେଉଁଠି ହିନ୍ଦୁମାନେ ଏହି ପୂର୍ଣ୍ଣିମାରେ ହନୁମାନ ଜୟନ୍ତୀ ପାଳନ କରିବେ ସେତେବେଳେ ଶ୍ରୀଲଙ୍କାର ବୌଦ୍ଧ ଧର୍ମାବଲମ୍ବୀମାନେ ଶ୍ରୀଲଙ୍କାକୁ ଗୌତମ ବୁଦ୍ଧଙ୍କ ଆଗମନକୁ ମନେ ପକାଇ ବାକ୍ ପୋୟା ପାଳନ କରିବେ। ବୁଦ୍ଧ ଶ୍ରୀଲଙ୍କା ଗସ୍ତକାଳରେ ସେଠାରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତିକୁ ଟାଳିଥିଲେ ଓ ମୁଖିଆମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିଥିଲେ। ଏଣୁ ଏହି ଦିନକୁ ଶ୍ରୀଲଙ୍କାରେ ଧୁମ ଧାମରେ ପାଳନ କରାଯାଏ। ୨୩ ଏପ୍ରିଲ ସକାଳ ଗୋଧୂଳି ଆରମ୍ଭ ହେବା ବେଳକୁ ଉଜ୍ୱଳ ତାରକା ସ୍ପିକା ଅସ୍ତାଚଳରେ ଥିବା ପୂର୍ଣ୍ଣିମା ଚନ୍ଦ୍ରର ବାମ ପଟକୁ ମାତ୍ର ୨.୫ ଡିଗ୍ରି ତଳକୁ ଥିବା ଦେଖାଯିବ। ଏହା ଛଡା ମଙ୍ଗଳ ଗ୍ରହ ପୂର୍ବ ଆକଶର ୫ ଡିଗ୍ରି ଉପରକୁ ଦେଖାଯିବେ। ଏହି ସମୟରେ ଶନି ପୂର୍ବ-ଦକ

ଚୈତ୍ର ପୂର୍ଣ୍ଣିମା ରାତିରେ ଆକାଶରେ ଦେଖା ଦେବ ‘ଗୋଲାପି ଜହ୍ନ’

ନୂଆଦିଲ୍ଲୀ ୧୮।୪: ହିନ୍ଦୁ ଧର୍ମରେ ଚୈତ୍ର ପୂର୍ଣ୍ଣିମାର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ଭାରତରେ ହନୁମାନ ଜୟନ୍ତୀ ପାଳିତ ହୁଏ। ଏଥର ଚୈତ୍ର ପୂର୍ଣ୍ଣିମା ୨୩ ଏପ୍ରିଲ ମଙ୍ଗଳବାର ହେବ।  ତେବେ ଏଥର ଚୈତ୍ର ପୂର୍ଣ୍ଣିମାର ସନ୍ଧ୍ୟାର ଦୃଶ୍ୟ ଅଲଗା ହେବାକୁ ଯାଉଛି। ଏଥର ଚୈତ୍ର ପୂର୍ଣ୍ଣିମାକୁ ଆକାଶରେ ପିଙ୍କ୍ ମୁନ  ଦେଖାଯିବ। ଏହି ଜହ୍ନକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମ ଦିଆଯାଇଛି। ଏଣୁ କେଉଁଠି ଏହାକୁ ବକ ପୋୟା ମୁନ କୁହାଯିବ ତ ଆଉ କେଉଁଠି ଫେଷ୍ଟିଭାଲ ମୁନ କୁହାଯିବ। 

ବିଭିନ୍ନ ସଂସ୍କୃତି ପାଇଁ ଚୈତ୍ର ପୂର୍ଣ୍ଣିମାର ଭିନ୍ନଭିନ୍ନ ମହତ୍ୱ ରହିଛି। ଯେଉଁଠି ହିନ୍ଦୁମାନେ ଏହି ପୂର୍ଣ୍ଣିମାରେ ହନୁମାନ ଜୟନ୍ତୀ ପାଳନ କରିବେ ସେତେବେଳେ ଶ୍ରୀଲଙ୍କାର ବୌଦ୍ଧ ଧର୍ମାବଲମ୍ବୀମାନେ ଶ୍ରୀଲଙ୍କାକୁ ଗୌତମ ବୁଦ୍ଧଙ୍କ ଆଗମନକୁ ମନେ ପକାଇ ବାକ୍ ପୋୟା ପାଳନ କରିବେ। ବୁଦ୍ଧ ଶ୍ରୀଲଙ୍କା ଗସ୍ତକାଳରେ ସେଠାରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତିକୁ ଟାଳିଥିଲେ ଓ ମୁଖିଆମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିଥିଲେ। ଏଣୁ ଏହି ଦିନକୁ ଶ୍ରୀଲଙ୍କାରେ ଧୁମ ଧାମରେ ପାଳନ କରାଯାଏ। 

୨୩ ଏପ୍ରିଲ ସକାଳ ଗୋଧୂଳି ଆରମ୍ଭ ହେବା ବେଳକୁ ଉଜ୍ୱଳ ତାରକା ସ୍ପିକା ଅସ୍ତାଚଳରେ ଥିବା ପୂର୍ଣ୍ଣିମା ଚନ୍ଦ୍ରର ବାମ ପଟକୁ ମାତ୍ର ୨.୫ ଡିଗ୍ରି ତଳକୁ ଥିବା ଦେଖାଯିବ। ଏହା ଛଡା ମଙ୍ଗଳ ଗ୍ରହ ପୂର୍ବ ଆକଶର ୫ ଡିଗ୍ରି ଉପରକୁ ଦେଖାଯିବେ। ଏହି ସମୟରେ ଶନି ପୂର୍ବ-ଦକ୍ଷିଣ-ପୂର୍ବ ଆକାଶରେ ୭ ଡିଗ୍ରି ଉପରକୁ ଦେଖା ଯାଉଥିବେ। ୨୩ ଏପ୍ରିଲ ଅପରାହ୍ନରେ ଗୋଧୁଳି ସମାପ୍ତ ହେବା ସହ ପୂର୍ବ-ଦକ୍ଷିଣ-ପୂର୍ବ ଆକାଶରେ ୧୦ ଡିଗ୍ରି ଉପରେ ଉଦୟ ହେବେ। ଏହି ସମୟରେ ବୃହସ୍ପତି ଗ୍ରହ ପଶ୍ଚିମ-ଉତ୍ତର-ପଶ୍ଚିମ ଆକାଶରେ ୪ ଡିଗ୍ରି ଉପରେ ଚମକୁ ଥିବେ। 

ତେବେ ମେ ୫ ତାରିଖ ଦିନ ବିଶେଷ ଖଗୋଳିୟ ଘଟଣା ଦେଖିବାକୁ ମିଳିବ। ହ୍ୟାଲି ଧୂମକେତୁର ଧ୍ୱଂସାବଶେଷରୁ ଉତ୍ପନ୍ନ ଏକ୍ୱାରିଡସ୍ (୦୩୧ଇଟିଏ)ର ଉଲକାପାତ ଚରମରେ ପହଞ୍ଚିବ। ନାଶାଙ୍କ ସୂଚନା ଅନୁସାରେ ଏହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ଘଣ୍ଟାପ୍ରତି ପାଖାପାଖି ୫୦ଟି ଉଲକା ପିଣ୍ଡ ଖସିପାରେ ବୋଲି ଆକଳନ କରାଯାଉଛି।