ଭରତପୁର ଥାନାରେ ଯୋଗ ଦେଲେ ନୂଆ ଆଇଆଇସି

ଭୁବନେଶ୍ୱର : ଭରତପୁର ଥାନାରେ ପୋଲିସ-ମେଜର ବିବାଦ ପରେ କାର୍ଯ୍ୟରେ ଯୋଗ ଦେଲେ ନୂଆ ଆଇଆଇସି । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ନିଲମ୍ବିତ ହେବାପରେ ତାଙ୍କ ସ୍ଥାନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନୂଆ ଆଇଆଇସି ଦୀପକ ଖଣ୍ଡାୟତ ରାୟ I ଆଜି କାର୍ଯ୍ୟରେ ଯୋଗ ଦେବାପରେ ଯୋଗ ଦେବା ପରେ ନିଜ ଚାମ୍ବରରେ ପୂଜାପାଠ ଓ ହୋମଯଜ୍ଞ କରିଛନ୍ତି। ଏହା ସହ ବାସ୍ତୁ ନିବାରଣ ପାଇଁ ଗେଟରେ ଲେମ୍ବୁ ଓ କଞ୍ଚାଲଙ୍କା ଟଙ୍ଗେଇଥିବା ଦେଖିବାକୁ ମିଳିଛି […]

ଭରତପୁର ଥାନାରେ ଯୋଗ ଦେଲେ ନୂଆ ଆଇଆଇସି
ଭରତପୁର ଥାନାରେ ଯୋଗ ଦେଲେ ନୂଆ ଆଇଆଇସି

ଭୁବନେଶ୍ୱର : ଭରତପୁର ଥାନାରେ ପୋଲିସ-ମେଜର ବିବାଦ ପରେ କାର୍ଯ୍ୟରେ ଯୋଗ ଦେଲେ ନୂଆ ଆଇଆଇସି । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ନିଲମ୍ବିତ ହେବାପରେ ତାଙ୍କ ସ୍ଥାନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନୂଆ ଆଇଆଇସି ଦୀପକ ଖଣ୍ଡାୟତ ରାୟ I ଆଜି କାର୍ଯ୍ୟରେ ଯୋଗ ଦେବାପରେ ଯୋଗ ଦେବା ପରେ ନିଜ ଚାମ୍ବରରେ ପୂଜାପାଠ ଓ ହୋମଯଜ୍ଞ କରିଛନ୍ତି। ଏହା ସହ ବାସ୍ତୁ ନିବାରଣ ପାଇଁ ଗେଟରେ ଲେମ୍ବୁ ଓ କଞ୍ଚାଲଙ୍କା ଟଙ୍ଗେଇଥିବା ଦେଖିବାକୁ ମିଳିଛି । ମାନସିକ ଶାନ୍ତି ପ୍ରତିଷ୍ଠା ପାଇଁ ଯଜ୍ଞ କରୁଥିବା ନୂଆ ଆଇଆଇସି କହିଛନ୍ତି। ଦେଢ ଘଣ୍ଟାରୁ ଅଧିକ ସମୟ ହେବ ପୂଜାପାଠ କରିବା ସହ ଥାନା ପରିସରରେ ସିସିଟିଭ ଲଗାଯାଉଥିବା ଆଇଆଇସି ସୂଚନା ଦେଇଛନ୍ତି। ସେପଟେ ଭରତପୁର ମାମଲାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ମେଜର ଓ ପୀଡିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାରେ ବାରଣ କରାଯାଇଛି। ସମସ୍ତ ଥାନାରେ ସିସିଟିଭି ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁସାରେ, ଗତ ଅଗଷ୍ଟ ୧୫ ତାରିଖରେ ଭରତପୁର ଥାନାରେ ମେଜର-ପୋଲିସ ବିବାଦକୁ ନେଇ ରାଜ୍ୟରେ ରାଜନୀତି ସରଗରମ। ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ଆଇଆଇସିଙ୍କ ସମେତ ୫ ଜଣ ଥାନା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏପଟେ ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।