ହରିୟାଣାରେ ଓଲଟିଲା ସ୍କୁଲ ବସ୍, ୫ ପିଲା ମୃତ: ସରକାରୀ ଛୁଟିରେ ଖୋଲିଥିଲା ବିଦ୍ୟାଳୟ

ମହେନ୍ଦ୍ରଗଡ ୧୧/୦୪: ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାର କାନିନା ସହରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍ ବସ୍ । ଫଳରେ ୫ ପିଲାଙ୍କ ମୃତ୍ୟୁ ହୋଇଛି । ଏହାସହ ଡଜନେରୁ ଅଧିକ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । କନିବା ସହର ନିକଟ କାନିନା-ଦାଦ୍ରି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । #WATCH | Five students dead, 15 injured after a private school bus meets with an accident in Mahendragarh's Kanina, in Haryana. pic.twitter.com/jhRvJo0hXg— ANI (@ANI) April 11, 2024ସୂଚନା ଥାଉକି, ଉନହାନି ଗ୍ରାମ ନିକଟରେ ପିଲାମାନଙ୍କ ନେଇ ଯାଉଥିବା ସ୍କୁଲ ବସ୍ ଓଲଟି ପଡିଥିଲା । ବସ୍‌ଟି ଘରୋଇ ବିଦ୍ୟାଳୟ GL ପବ୍ଲିକ୍ ସ୍କୁଲର ଥିଲା । ଯେଉଁଥିରେ ପ୍ରାୟ ୩୫ରୁ ୪୦ପିଲା ଯାତ୍ରା କରୁଥିଲେ । ତେବେ ଦୁର୍ଘଟଣା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଇଛି ଯେ ଆଜି ଇଦ୍ ସରକାରୀ ଛୁଟି ଥାଇ ବି କେମିତି ଖୋଲାଥିଲା ବିଦ୍ୟାଳୟ । କର୍ତ୍ତୃପକ୍ଷ କେମିତି ପିଲାମାନଙ୍କୁ ନେବା ପାଇଁ ପଠାଇଥିଲେ ବସ୍ । 

ହରିୟାଣାରେ ଓଲଟିଲା ସ୍କୁଲ ବସ୍, ୫ ପିଲା ମୃତ: ସରକାରୀ ଛୁଟିରେ ଖୋଲିଥିଲା ବିଦ୍ୟାଳୟ

ମହେନ୍ଦ୍ରଗଡ ୧୧/୦୪: ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାର କାନିନା ସହରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍ ବସ୍ । ଫଳରେ ୫ ପିଲାଙ୍କ ମୃତ୍ୟୁ ହୋଇଛି । ଏହାସହ ଡଜନେରୁ ଅଧିକ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । କନିବା ସହର ନିକଟ କାନିନା-ଦାଦ୍ରି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । 


ସୂଚନା ଥାଉକି, ଉନହାନି ଗ୍ରାମ ନିକଟରେ ପିଲାମାନଙ୍କ ନେଇ ଯାଉଥିବା ସ୍କୁଲ ବସ୍ ଓଲଟି ପଡିଥିଲା । ବସ୍‌ଟି ଘରୋଇ ବିଦ୍ୟାଳୟ GL ପବ୍ଲିକ୍ ସ୍କୁଲର ଥିଲା । ଯେଉଁଥିରେ ପ୍ରାୟ ୩୫ରୁ ୪୦ପିଲା ଯାତ୍ରା କରୁଥିଲେ । ତେବେ ଦୁର୍ଘଟଣା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଇଛି ଯେ ଆଜି ଇଦ୍ ସରକାରୀ ଛୁଟି ଥାଇ ବି କେମିତି ଖୋଲାଥିଲା ବିଦ୍ୟାଳୟ । କର୍ତ୍ତୃପକ୍ଷ କେମିତି ପିଲାମାନଙ୍କୁ ନେବା ପାଇଁ ପଠାଇଥିଲେ ବସ୍ ।