ଚକ-ଅଖ ଠପ୍ ; ୯ ଘଣ୍ଟା ବନ୍ଦ ରହିଲା ପଞ୍ଜାବ, ଚାଷୀ ଆନ୍ଦୋଳନରେ ହନ୍ତସନ୍ତ ଗରିବ, ଦିନ ମଜୁରିଆ

ଚଣ୍ଡିଗଡ଼: ପଞ୍ଜାବରେ ଶେଷ ହେଲା ଚାଷୀ ଆନ୍ଦୋଳନ । ପ୍ରାୟ ୯ ଘଣ୍ଟା ପରେ ହଜାର ହଜାର ଚାଷୀ ଆନ୍ଦୋଳନରୁ ହଟିଛନ୍ତି । ରେଳ ରୋକ୍ ମଧ୍ୟ ହଟିଛି, ଧୀରେ ଧୀରେ ଦୋକାନ ବଜାର ଖୋଲିବା ସହିତ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି । ସୋମବାର କିଷାନ ମଜଦୁର ମୋର୍ଚ୍ଚା ଏବଂ  ସଂଯୁକ୍ତ କିଷାନ ମୋର୍ଚ୍ଚା ପଞ୍ଜାବରେ ବନ୍ଦ ଡାକରା ଦେଇଥିଲେ । ଆଇନରେ ଫସଲର ଏମଏସପି ଗ୍ୟାରେଣ୍ଟି ନେଇ ସକାଳ ୭ଟାରୁ ଅପରାହ୍ଣ ୪ ଯାଏଁ ହଜାର ହଜାର ଚାଷୀ ଧାରଣା ଦେଇଥିଲେ ।   ପଞ୍ଜାବର ପ୍ରାୟ ୨୫୦ଟି ସ୍ଥାନରେ କିଷାନ ମଜଦୁର ମୋର୍ଚ୍ଚା ଏବଂ  ସଂଯୁକ୍ତ କିଷାନ ମୋର୍ଚ୍ଚା ଧାରଣା ଦେଇଥିଲା । ୯ ଘଣ୍ଟା ଚକ-ଅଖ ଜାମ୍ କରି ଦେଇଥିଲେ ଚାଷୀ । ରେଳ ରୋକ୍ କରି ଅର୍ଥନୈତିକ ଅବରୋଧ କରିଥିଲା କିଷାନ ମୋର୍ଚ୍ଚା । ଏହା ଦ୍ବାରା ଟ୍ରେନ୍ ସେବା ପ୍ରଭାବିତ ହେବା ସହିତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପଞ୍ଜାବରେ ବନ୍ଦେ ଭାରତ ସହିତ ୧୭୨ଟି ଟ୍ରେନକୁ ରଦ୍ଦ କରିଦିଆଯାଇଥିଲା । ସେହିପରି ୨୩୨ଟି ଟେନ୍ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା । ଏହା ଦ୍ବାରା ବହୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ରେଳ ବିଭାଗକୁ ଲକ୍ଷ୍ୟଧିକ ଟଙ୍କା ରାଜସ୍ବ ହାନି ହୋଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ବନ୍ଦ ଡାକରା ପାଇଁ ପଞ୍ଜାବରେ ବିଭିନ୍ନ କଳକାରଖାନା ବନ୍ଦ ରହିଥିଲା । ଫଳରେ କମ୍ପାନି ଗୁଡ଼ିକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ସରକାରୀ କାର୍ଯ୍ୟଳୟଠାରୁ ବେସରକାରୀ ଅଫିସ୍ ଯ

ଚକ-ଅଖ ଠପ୍ ; ୯ ଘଣ୍ଟା ବନ୍ଦ ରହିଲା ପଞ୍ଜାବ, ଚାଷୀ ଆନ୍ଦୋଳନରେ ହନ୍ତସନ୍ତ ଗରିବ, ଦିନ ମଜୁରିଆ

ଚଣ୍ଡିଗଡ଼: ପଞ୍ଜାବରେ ଶେଷ ହେଲା ଚାଷୀ ଆନ୍ଦୋଳନ । ପ୍ରାୟ ୯ ଘଣ୍ଟା ପରେ ହଜାର ହଜାର ଚାଷୀ ଆନ୍ଦୋଳନରୁ ହଟିଛନ୍ତି । ରେଳ ରୋକ୍ ମଧ୍ୟ ହଟିଛି, ଧୀରେ ଧୀରେ ଦୋକାନ ବଜାର ଖୋଲିବା ସହିତ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି । ସୋମବାର କିଷାନ ମଜଦୁର ମୋର୍ଚ୍ଚା ଏବଂ  ସଂଯୁକ୍ତ କିଷାନ ମୋର୍ଚ୍ଚା ପଞ୍ଜାବରେ ବନ୍ଦ ଡାକରା ଦେଇଥିଲେ । ଆଇନରେ ଫସଲର ଏମଏସପି ଗ୍ୟାରେଣ୍ଟି ନେଇ ସକାଳ ୭ଟାରୁ ଅପରାହ୍ଣ ୪ ଯାଏଁ ହଜାର ହଜାର ଚାଷୀ ଧାରଣା ଦେଇଥିଲେ ।   

ପଞ୍ଜାବର ପ୍ରାୟ ୨୫୦ଟି ସ୍ଥାନରେ କିଷାନ ମଜଦୁର ମୋର୍ଚ୍ଚା ଏବଂ  ସଂଯୁକ୍ତ କିଷାନ ମୋର୍ଚ୍ଚା ଧାରଣା ଦେଇଥିଲା । ୯ ଘଣ୍ଟା ଚକ-ଅଖ ଜାମ୍ କରି ଦେଇଥିଲେ ଚାଷୀ । ରେଳ ରୋକ୍ କରି ଅର୍ଥନୈତିକ ଅବରୋଧ କରିଥିଲା କିଷାନ ମୋର୍ଚ୍ଚା । ଏହା ଦ୍ବାରା ଟ୍ରେନ୍ ସେବା ପ୍ରଭାବିତ ହେବା ସହିତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପଞ୍ଜାବରେ ବନ୍ଦେ ଭାରତ ସହିତ ୧୭୨ଟି ଟ୍ରେନକୁ ରଦ୍ଦ କରିଦିଆଯାଇଥିଲା । ସେହିପରି ୨୩୨ଟି ଟେନ୍ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା । ଏହା ଦ୍ବାରା ବହୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ରେଳ ବିଭାଗକୁ ଲକ୍ଷ୍ୟଧିକ ଟଙ୍କା ରାଜସ୍ବ ହାନି ହୋଇଛି । 

ସଂଯୁକ୍ତ କିଷାନ ମୋର୍ଚ୍ଚାର ବନ୍ଦ ଡାକରା ପାଇଁ ପଞ୍ଜାବରେ ବିଭିନ୍ନ କଳକାରଖାନା ବନ୍ଦ ରହିଥିଲା । ଫଳରେ କମ୍ପାନି ଗୁଡ଼ିକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ସରକାରୀ କାର୍ଯ୍ୟଳୟଠାରୁ ବେସରକାରୀ ଅଫିସ୍ ଯାଏଁ ସବୁ ବନ୍ଦ ରହିଥିଲା । ଦୋକନା ବଜାର ଠପ୍ ହୋଇଯାଇଥିଲା । ଦିନ ମଜୁରିଆ ଏଭଳି ବନ୍ଦକୁ ସହଜରେ ହଜମ କରିପାରିବେ ନାହିଁ ବୋଲି ଶିଳ୍ପପତୀ ବଦିଶ୍ ଜିନ୍ଦଲ କହିଛନ୍ତି । ହଜାର ହଜାର ଚାଷୀ ଲୋକଙ୍କ କାମଧନ୍ଦା ବନ୍ଦ କରିଦେଇଥିଲେ । ଏହା ଏକ ନୂଆ ଧରଣ ଆତଙ୍କବାଦ, କାରଣ ଦିନ ମଜୁରିଆ କର୍ମ ପନ୍ଥା କରିପାରୁନାହାନ୍ତି, ଶ୍ରମିକ କର୍ମସ୍ଥଳୀକୁ ଯାଇପାରୁନାହିଁ, ଦୋନାକ ବଜାର ଖୋଲିବାକୁ ଦିଆଯାଉନାହିଁ । କହିଲେ ରାଜ୍ୟ ପୂରା ଠପ ହୋଇଯାଇଥିବା ବୋଲି ଶିଳ୍ପପତୀ ବଦିଶ୍ ଜିନ୍ଦଲ କହିଛନ୍ତି ।